ଦେବଦର୍ହା ପ୍ରାଚୀନ ଶୈବପୀଠକୁ ଆସିବେ ଅଧିକ ପର୍ଯ୍ୟଟକ
ପଦ୍ମପୁର:- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବଦର୍ହା ଶୈବ ପୀଠ ଏକ ପ୍ରାଚୀନ ଶିବ ମନ୍ଦିର । ଓଡିଶା ତଥା ଛତିଶଗଡ଼ ରୁ ଏହି ପୀଠକୁ ବର୍ଷ ସାରା ଭକ୍ତ ଙ୍କର ସମାଗମ ହୋଇଥାଏ । ଗତ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ପୀଠର ବିକାଶ ପାଇଁ3 କୋଟି ରୁ ଉର୍ଦ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରାଯାଇଥିଲା । ନିର୍ବାଚନ ପରେ ସମସ୍ତ ସରକାରୀ ପ୍ରକ୍ରିୟା ସମାପ୍ତ ହେବା ପରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ବର୍ଷା ସିଂ ବରିହା ଙ୍କର ଦ୍ୱାରା ବିଧିବଦ୍ଧ ଭାବରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଙ୍କର ଉପସ୍ଥିତିରେ ନୂତନ ନିର୍ମାଣ କାର୍ୟ୍ଯ ପାଇଁ ଭୂମିପୂଜନ କାର୍ଯକ୍ରମ ଅନୁଷ୍ଠିତ ହୋଇ କାର୍ଯର ଶୁଭାରମ୍ଭ ହୋଇଥିଲା । ଏହି ନିର୍ମାଣ କାର୍ୟ୍ଯ ସମ୍ପୂର୍ଣ ହେଲେ ଏହି ପିଠାକୁ ଅଧିକ ରୁ ଅଧିକ ସଂଖ୍ୟାରେ ପର୍ଯଟକ ଓ ଭକ୍ତ ଆକୃଷ୍ଟ ହେବେ । ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ , ପାଇକମାଳ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପାଇକମାଳ ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପାଇକମାଳ ବ୍ଳକ ବିଜୁ ଯୁବ ଜନତାଦଳ ସଭାପତି ଗୌତମ ସିଂ , ପାଇକମାଳ ବ୍ଳକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ |