ବ୍ଲକ୍ ସ୍ତରୀୟ ଚାରି ଦିନିଆ ପ୍ରଶିକ୍ଷଣ ଶିବିର “ପ୍ରାରମ୍ଭ ମୋଡୁଲ ୨୦୨୨-୨୩ “

0

 ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ବନ୍ଦିରାପୋଷି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ  ବ୍ଲକ୍ ସ୍ତରୀୟ ଚାରି ଦିନିଆ ପ୍ରଶିକ୍ଷଣ ଶିବିର “ପ୍ରାରମ୍ଭ ମୋଡୁଲ ୨୦୨୨-୨୩ ” FLN ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଯଶିପୁର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସାହେବ ଚନ୍ଦ୍ର ମହାନ୍ତ ଉଦଘାଟନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷକ ଭାବରେ ବନ୍ଦିରାପୋଷି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମୋହନ ଚରଣ ମହାନ୍ତ , ବାଉଶନାଲି ସିଆରସିସି ବସନ୍ତ କୁମାର ବେହେରା, ଜାମୁକେଶ୍ୱର୍ ସିଆରସିସି ରାଜେନ୍ଦ୍ର କୁମାର ପାଲ ଓ ଧାତିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ରାମଚନ୍ଦ୍ର ନାଏକ  ଯୋଗଦେଇ “ପ୍ରାରମ୍ଭ ” FLN ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତ୍ରିଲୋଚନ ନାଏକ ମଧ୍ୟ ତାଲିମ ଶିବିର କୁ ପରିଦର୍ଶନ ପାଇଁ ଯାଇ ବିଭିନ୍ନ ଉପାଦେୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହି ତାଲିମ୍ ଶିବିର ରେ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟତ୍ରୀ ଗଣ ଯୋଗ ଦେଇ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଗ୍ୟାନ   ତାଲିମ ଗ୍ରହଣ କରିଥିଲେ। ଶେଷରେ  ସମସ୍ତଙ୍କୁ ତାଲିମ ଗ୍ରହଣ କରିଥିବା ସମସ୍ତ ଶିକ୍ଷକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.