ବାଲୁଗାଁ/ଖୋର୍ଦ୍ଧା:- (ସେକ୍ କୌସର୍)ବାଲୁଗାଁ କଲେଜର ଯୁକ୍ତ ୩ ଛାତ୍ରୀ ଦୀପ୍ତି ସାହୁ ବିଭିନ୍ନ ଜାଗାରେ ସ୍କୁଲ୍ ହେଉ କିମ୍ବା ନିଜ କଲେଜ ରେ ନିଜର କଳା ପ୍ରତିଭାକୁ ପଦର୍ଶନ କରି ସାଧାରଣରେ ସେ ଏବେ ବେଶ ଜଣା ଶୁଣା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୂଳ ଗ୍ରାମପଞ୍ଚାୟତ ସୁବୁଦ୍ଧି ପାଟଣା ଗ୍ରାମର ବାପା ବସନ୍ତ କୁମାର ସାହୁ ଓ ମାଆ ଛବି ସାହୁଙ୍କ ସାନ ଝିଅ ଦୀପ୍ତି ସାହୁ। ଦୀପ୍ତି ଭଲ ପାଠ ପଢିବା ସହିତ ନିଜ ଭିତରେ ଥିବା କଳା ପ୍ରତିଭା ଯଥା ଗୀତ ଗାଇବା ସହ ନୃତ୍ୟ ପରିବେଷଣ, ଭାଷଣ ଦେବା ସହିତ କବିତା ଲେଖିବା ଏହି ସବୁ ନିଜର କଳା ପ୍ରତିଭାକୁ ବିଭିନ୍ନ ଜାଗାରେ ପରିବେଷଣ କରି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପାରିଛନ୍ତି। ଦୀପ୍ତି ବର୍ତ୍ତମାନ ବାଲୁଗାଁ କଲେଜର ଯୁକ୍ତ ୩ ଛାତ୍ରୀ ଅଟନ୍ତି।ପରବର୍ତ୍ତୀ ମୁହୁର୍ତ୍ତରେ ବ୍ଲକସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ହାଇସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦୀପ୍ତି ଯେତେବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ସେହି ସମୟରେ ସିନୀୟର ଜୁବ୍ଲି ଏଯେୟାଇସି କ୍ଲବର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଙ୍ଗୀତ ପରିବେଷଣ କରି ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବିଗତ ଦିନରେ ନିଜ ଗ୍ରାମ ନିକଟସ୍ଥ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଆୟୋଜିତ କାର୍ଣିଭାଲ ଉତ୍ସବ ରେ ନୃତ୍ୟ ପରିବେଷଣ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି। ଓ ତା ପରେ ପରେ ବାଲୁଗାଁ କଲେଜରେ ୬୭ ତମ ବନ୍ୟଜନ୍ତୁ ସପ୍ତାହ କାର୍ଯ୍ୟକ୍ରମରେ ଇଂରାଜୀ ରେ ଭାଷଣ ଦେଇ ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବାଲୁଗାଁ କଲେଜର ବାର୍ଷିକଉତ୍ସବ ରେ ପତିଯୋଗିତା। ଭାଗନେଇ ଦୀପ୍ତି କବିତା ଲିଖନ ଓ ଭାଷଣ ଦେଇ ପ୍ରଥମ ସ୍ଥାନ ଅଧିକାର କରିଥିବାର ଜଣା ପଡ଼ିଛି। ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତଜାତୀୟ ସ୍ଥରରେ ନିଜ ପାଖରେ ରହିଥିବା କଳା ଗୁଡ଼ିକ ପଦର୍ଶନ କରି ଗୈାରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଦୀପ୍ତି ଦୃଢତାର ସହ କହିଛନ୍ତି।।
Sign in
Sign in
Recover your password.
A password will be e-mailed to you.