ଦୀର୍ଘ ଦୁଇ ମାସ ହେବ କେନାଭେଟା ଉପଡ଼ାକ ଘର ଅଚଳ ନେଇ ଧାରଣାରେ ବସିଲେ ଗ୍ରାମବାସୀ।

0

ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା):- ବଣେଇ ଉପଖଣ୍ଡର କେନାଭେଟା ଗ୍ରାମ ପଚାୟତର କେନାଭେଟା ଉପ ଡାକଘର ଦୀର୍ଘ ଦୁଇ ମାସ ହେବ ଅଚଳ ଘଟଣା କୁନେଇ ଧାରଣାରେ ବସିଲେ ଗ୍ରାମବାସୀ।
ସୂଚନାରୁ ପ୍ରକାଶ ସରକାର ଲୋକଙ୍କ ସୁବିଧା ନିମନ୍ତେ ପ୍ରେତକ ଗ୍ରାମ ପଞ୍ଚାୟତ ରେ ଏକ ଉପ ଡାକଘର ସ୍ଥାପିତ କରି ସେବା ଯୋଗାଇ ଆସୁଥିବା ବେଳେ କେନାଭେଟା ଗ୍ରାମର ଉପଡ଼ାକଘର ଦୀର୍ଘ ଦୁଇ ମାସ ହେବ ଖୋଲା ହେଉଥିବା ବେଳେ ନେଟ ନାହିଁ ବା କମ୍ପ୍ୟୁଟର ଅଚଳ କହି ପଇସା ନେଣ ଦେଣ ଓ କୌଣସି କାଗଜପତ୍ର କାମ ହେଉନଥିବା ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ଲୋକେ ପଇସା ଜମା କରି ପାରୁନାହାନ୍ତି କି ଉଠାଣ କରି ପାରୁ ନାହାଁନ୍ତି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଆଜି ସ୍ଥାୟୀ ପ୍ରତିକାର ପାଇଁ କେନାଭେଟା ସରପଞ୍ଚଙ୍କ ଓ ଗ୍ରାମବାସୀ ଗଣଧାରଣା ଦେଇଥିବା ସୁଚନା ଦେଇଛନ୍ତି।

Leave A Reply

Your email address will not be published.