ସୁନ୍ଦରଗଡ/ବଣାଇଗଡ(ବସନ୍ତ କୁମାର ଜେନା):- ଵଣାଇଁ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ନର୍ସରୀ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ବନଖଣ୍ଡ ସ୍ତରୀୟ ଜିଆ,ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଵଣାଇଁ ଵନଖଣ୍ଡର ସୋଲ,ଜର୍ଡା,ତାମଡା,କୋଳିପୋଷ, ବଣାଇ ଇତ୍ୟାଦି ରେଞ୍ଜ ରୁ ଆସିଥିବା ୫ ଟି ସ୍ବୟଂ ସହାୟକ ଗୋଷ୍ଠୀର ୨୫ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଵଣାଇଁ ଵନଖଣ୍ଡ ର ସହକାରୀ ବନ ସଂରକ୍ଷକ ଶ୍ରୀ ସମୀର ପ୍ରକାଶ ତିର୍କି ଉପସ୍ଥିତ ରହି ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ ଦେଇଥିଲେ। ପୂର୍ବରୁ ଲୋକେ ପାରମ୍ପାରିକ ପଦ୍ଧତିରେ ଚାଷ କାମ କରିବା ସହିତ ଜଙ୍ଗଲ ଜାତ ଦ୍ରବ୍ଯ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଏବେ ସମୟ ବଦଳି ଯାଇଛି । ବନ ବିଭାଗର ପରାମର୍ଶ କ୍ରମେ ମହିଳା ମାନେ ଘର ବାଡ଼ିରେ ଜିଆ ଖତ ପ୍ରସ୍ତୁତ କରୁଛନ୍ତି । ରୋଜଗାର ଦେଉଛି ଜିଆ ଖତ, ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା ଗୋଷ୍ଠୀ।ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାର ଚଳାଉଛନ୍ତି।ଏସବୁ ଦେଖି ସରକାରୀ ସ୍ତରରେ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟ କ୍ରମ ବନ ବିଭାଗ ହାତକୁ ନେଇଥିବା ବେଳେ ଆଜି ର କାର୍ଯ୍ୟକ୍ରମ ରେ ଵଣାଇଁ ଵନଖଣ୍ଡ ର ବିଭିନ୍ନ ରେଞ୍ଜ ରୁ, ରେଞ୍ଜ ଅଧିକାରୀ,ଵନପାଳ ଓ ବନରକ୍ଷୀ ମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଵଣାଇଁ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.