ବଣ ମଇଁଷି ଆକ୍ରମଣ ରେ ଦୁଇ ଗୁରୁତର l

0

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ଅଞ୍ଚଳ ରେ ବଣ ମଇଁଷି ଆକ୍ରମଣ ର ଶିକାର ହୋଇ ଦୁଇ ଜଣ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ବିଳାସପୁର ଗ୍ରାମ ପଞ୍ଚାୟତ ଗଣପରା ଗ୍ରାମ ର ଜୟମତି ବିରିହା ମହୁଲଫୁଲ ଗୋଟାଇବାକୁ ଯାଇଥିବା ବେଳେ ଏକ ବଣ ମଇଁଷି ପଛରୁ ସିଙ୍ଗ ରେ ଆକ୍ରମଣ କରିଥିଲା l ଫଳ ରେ ଜୟମତି ଙ୍କ ଅଣ୍ଟା ଓ ହାତରେ ବହୁତ ଜୋର ରେ ଆଘାତ ଲାଗିଥିଲା l ସେହିପରି ବିଳାସପୁର ନିକଟସ୍ତ ରାମପୁର ର ଗୁଳାପି ପାଇକ ର ଗୋଡ଼ କୁ ବଣ ମଇଁଷି ମାଡି ଦେବାରୁ ଜୋର ରେ ଆଘାତ ଲାଗିଛି l ଝାରବନ୍ଧ ଫରେଷ୍ଟର ଗିରିରାଜ କୁମ୍ଭାର, ଫରେଷ୍ଟ ଗାର୍ଡ ପ୍ରତିମା ସୁନା ଓ ସହକର୍ମୀ ଘଟଣା ସ୍ଥଳ କୁ ପହଁଚି ଉଭୟ ଙ୍କୁ ପ୍ରଥମେ ଡ଼ଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ l ଖାଇବା ଓ ପାଣି ଅନ୍ୱେଷଣ ରେ ବଣମଇଁଷି ଛତିଶଗଡ଼ ବାର ଅଞ୍ଚଳ ରୁ ଏଠାକୁ ଚାଲି ଆସିଥିବା ଜଣାଯାଏ l ଜଙ୍ଗଳ ବିଭାଗ ତରଫରୁ ବଣ ମଇଁଷି ଥିବା ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣ ଙ୍କୁ ସତର୍କ କରାଯାଉଛି l

Leave A Reply

Your email address will not be published.