ପୂର୍ବ ଅପେକ୍ଷା ଆଗାମୀ ନିର୍ବାଚନ ରେ ଅଧିକ ଭୋଟ ରେ ବିଜୁ ଜନତା ଦଳ ଗଡ଼ରେ ପରିଣତ ହେବ ମାହାଙ୍ଗା ନିର୍ବାଚନ ମଣ୍ଡଳୀ- ମାହାଙ୍ଗା ବିଜେଡି ସଭାପତି l
https://youtu.be/BdkqeFSTCGc
ବିଧାୟକ ପ୍ରତାପ ଜେନା ଙ୍କ ସୁପାରିଶ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ କର୍ମକର୍ତ୍ତା ଙ୍କ ନାମ ଘୋଷଣା
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ବିଜୁ ଜନତା ଦଳ ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସୁପାରିଶ କ୍ରମେ ମାହାଙ୍ଗା ବ୍ଲକ, 37 ଗୋଟି ପଞ୍ଚାୟତ ଏବଂ ଜୋନ ପାଇଁ ବିଜେଡି ଦଳ କର୍ମକର୍ତା ମାନଙ୍କ ନାମ ଘୋଷଣା କରାଯାଇଛି l ଏହି କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ପ୍ରତିଭା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବ୍ଲକ ବିଜୁ ଜନତା ଦଳ ସଭାପତି ରାଜକିଶୋର ଜେନା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠି, ସସ୍ମିତା ଦାସ, ଯୁବନେତା ଭବାନୀଶଙ୍କର ସାମଲ, ସରପଞ୍ଚ, ସମାଜସେବୀ ଙ୍କ ସମେତ ବହୁ ବିଜେଡି କର୍ମୀମାନେ ଯୋଗଦାନ କରି ନବନିଯୁକ୍ତ କର୍ମକର୍ତା ଙ୍କ ନାମ ଘୋଷଣା କରିଥିଲେ l ଏହି ଅବସରରେ ବ୍ଲକ ବିଜେଡି ସଭାପତି ପ୍ରକାଶ କରିଥିଲେ କି ପୂର୍ବବର୍ଷ ଅପେକ୍ଷା ଆଗାମୀ ନିର୍ବାଚନ ରେ ଅଧିକ ଭୋଟ ରେ ବିଜୁ ଜନତା ଦଳ ଗଡ଼ରେ ପରିଣତ ହେବ ମାହାଙ୍ଗା ନିର୍ବାଚନ ମଣ୍ଡଳୀ, ମାହାଙ୍ଗା ପ୍ରଗତି ର ସୂତ୍ରଧର ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟ ହିଁ ଲୋକ ମାନଙ୍କୁ ଆକୃଷ୍ଟ କରିଛି ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଉଚିତ ସମୟରେ ଉଚିତ ନିଷ୍ପତି ନେବେ ବୋଲି ପ୍ରକାଶ କରିଥିଲେ l ଯାହାପାଇଁ ବିଧାୟକ ଶ୍ରୀ ଜେନା ଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେଡି ପଞ୍ଚାୟତ ସଭାପତି, କାର୍ଯ୍ୟକାରୀ ସଭାପତି, ବିଜୁ ଜନତା ଦଳ ବ୍ଲକ କମିଟି କର୍ମକର୍ତା, ବିଜେଡି ବ୍ଲକ ପରାମର୍ଶଦାତା କମିଟି, ବିଜେଡି ପଞ୍ଚାୟତ ପର୍ଯ୍ୟବେକ୍ଷକ, ଜୋନ ସଭାପତି ମାନଙ୍କ ନାମ ଘୋଷଣା ହୋଇଯାଇଛି l ସମସ୍ତ ନୂତନ କର୍ମକର୍ତା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଶ୍ରୀ ଜେନା ଙ୍କୁ କୃତଜ୍ଞତା ଜଣାଇଥିଲା ବେଳେ ଆଗାମୀ ନିର୍ବାଚନ ରେ ମାହାଙ୍ଗାରେ ବିଜୁ ଜନତା କୁ ବିଜୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ରହିଛି ସେ ସମ୍ପର୍କ ରେ ଲୋକମାନଙ୍କୁ ଜଣାଇବା ସହିତ ଦଳୀୟ ସଂଗଠନ ମଝବୁତ କରିବା ପାଇଁ ପ୍ରକାଶ କରିଥିଲେ l