କୋକନରା ରେ ଭୂମିପୂଜନ କଲେ ବିଧାୟିକା

0

ପଦ୍ମପୁର :- ପାଇକମାଲ ବ୍ଲକ୍ କୋକନରା ଗ୍ରାମରେ ଦାବୀ ରହିଥିବା ଥିବା କାର୍ଯ୍ୟ ଗୁଡିକର ଭୂମିପୂଜନ କଲେ ବର୍ଷା ସିଂ ବରିହା l
ଆଜି ବିଧାୟିକା ଶ୍ରୀମତୀ ବରିହା କୋକନରା ରେ ପହଁଞ୍ଚି ଗ୍ରାମରେ ଏକ ଲକ୍ଷ୍ମୀ ମଣ୍ଡପ, ହନୁମାନ ମନ୍ଦିର, ଭି ଏସ୍ ଏସ୍ କ୍ଲବ ପାଇଁ ବିଧିବଦ୍ଧ ଭାବେ ଭୂମିପୂଜନ କରିବା ସହିତ ନିର୍ମାଣାଧୀନ ଶିବ ମନ୍ଦିରର କାର୍ଯ୍ୟ ତଦାରଖ କରିଛନ୍ତି lବିଧାୟିକା ଆରମ୍ଭ ହୋଇଥିବା ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ସମାପ୍ତ ହୋଇ ଉଦଘାଟନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି lଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ବିଜେଡି ସଭାପତି ହୃଦାନନ୍ଦ ବାରିକ, ଭୋଜରାଜ ଭୋଇ, ଭି ଏସ୍ ଏସ୍ କ୍ଲବ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.