ଭୁବନେଶ୍ୱର: ମାନେଶ୍ଵର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ସଂପର୍କରେ ଫୁଟ ଓଭର ବ୍ରିଜ ନିର୍ମାଣ ଜନିତ ଗାର୍ଡ଼ର ସଂସ୍ଥାପନ କାର୍ଯ୍ୟ ପାଇଁ ରାଉରକେଲା-ପୁରୀ ଏକ୍ସପ୍ରେସ ଚଳାଚଳରେ ସାମାନ୍ୟ ପରିବର୍ତ୍ତନ କରାଯିବ |
6 ଏପ୍ରିଲ 2023 ଦିନ ରାଉରକେଲା ଛାଡିବାକୁ ଥିବା 18125 ରାଉରକେଲା-ପୁରୀ ଏକ୍ସପ୍ରେସ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସମ୍ବଲପୁର ଠାରୁ ପୁରୀ-ରାଉରକେଲା ଏକ୍ସପ୍ରେସ ଭାବରେ ରାଉରକେଲାକୁ ଫେରିବ |
ପୁରୀରୁ ଛାଡିବାକୁ ଥିବା 18126 ପୁରୀ-ରାଉରକେଲା ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ରେଢ଼ାଖୋଲ ଠାରୁ ରାଉରକେଲା-ପୁରୀ ଏକ୍ସପ୍ରେସ ଭାବରେ ପୁରୀକୁ ଫେରିବ |
18125/18126 ର ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 6 ଏପ୍ରିଲ, 2023 ଦିନ ଉଭୟ ପାର୍ଶ୍ୱରୁ ସମ୍ବଲପୁର ଏବଂ ରେଢ଼ାଖୋଲ ମଧ୍ୟରେ ବାତିଲ ରହିବ |
Sign in
Sign in
Recover your password.
A password will be e-mailed to you.
Next Post