ନୟାଗଡ଼,୪/୪:ନୟାଗଡ ଜିଲ୍ଲାରେ ରହୁଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶିକ୍ଷକ ମାନଙ୍କ ତାଲିମ ଶିବିର ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦେଶରେ ଏକ ତାଲିମ ଶିବିର ଜିଲ୍ଲାପାଳଙ୍କ ସଦଭାବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ନୟାଗଡ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରନିର୍ବାହୀ ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ଯୋଗଦେଇ ତାଲିମ ନେଇଥିବା ଜଣାପଡିଛି । ଏମାନଙ୍କୁ ବ୍ଲକସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଯୁକ୍ତି ହୋଇଥିବା ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ
ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଆୟୁଷୀ ମହାପାତ୍ର ଡେପୁଟି କଲେକ୍ଟର, ପବିତ୍ର ସାମଲ ଡେପୁଟି କଲେକ୍ଟର, ରୀମା ହଂସଦା ଡେପୁଟି କଲେକ୍ଟର ଉପସ୍ଥିତ ରହି ତାଲିମ ପ୍ରଦାନ କରିଛନ୍ତି । ଉକ୍ତ ଶିବିରରେ ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ଉପସ୍ଥିତ ଥିଲେ । ନୟାଗଡ ଜିଲ୍ଲାରେ ରହୁଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ ନିମନ୍ତେ ସର୍ଭେ ତା ୦୧.୦୫.୨୦୨୩ ରୁ ୨୭.୦୫.୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହବ । ଏହି ବ୍ଲକ ସ୍ତରୀୟ
ତାମିଲ ଶିବିରରେ ବରିଷ୍ଠ ଅଧିକାରୀ ମାନେ କିଭଳି ସର୍ଭେ କରାଯିବ ଓ ଏହି ସର୍ଭେ ବିଷୟରେ ସରକାରଙ୍କ କଣ ନିର୍ଦେଶବଳୀ
ରହିଛି ତାହାଉପରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାମଙ୍ଗଳ ଅଧିକାରୀ ଦୟାନିଧ୍ ନୟକ ଓ ବରିଷ୍ଠ ରାଜସ୍ବ ସହାୟକ ବନମାଳୀ ସ୍ବାଇଁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.