
ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳା ଆସନ୍ତା 01/ 05/23 ରୁ 05/05/23 ପର୍ଯନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ବରଗଡ଼ ଜିଲ୍ଲା ର ଏହି ସର୍ବପୁରାତନ ମେଲା ର ଆୟୋଜନ ପାଇଁ ବିଭାଗୀୟ ଅଧିକାରୀ ଓ ମେଳା କମିଟି ର ସକ୍ରିୟ ସଭ୍ୟ ମାନଙ୍କୁ ନେଇ ମୋଟ ନଅ ଗୋଟି କମିଟି ଗଠନ କରାଯାଇଛି । ମେଲା କୁ ଶାନ୍ତିଶୃଙ୍ଖଳା ର ସହିତ ପରିଚାଳନା କରିବା ପାଇଁ ଶାନ୍ତିଶୃଙ୍ଖଳା କମିଟି , ସ୍ଵାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ କମିଟି , ବିଦ୍ୟୁତ କମିଟି , ପାନୀୟଜଳ କମିଟି , ଜାଗା ବଣ୍ଟନ କମିଟି , ଅଭ୍ୟର୍ଥନା କମିଟି , ଯଜ୍ଞ ଓ ଦର୍ଶନ ଜମିଟି , ପ୍ରଚାର ପ୍ରସାର କମିଟି ଓ ସାଂସ୍କୃତିକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ କମିଟିରେ ପାଞ୍ଚ ରୁ ଉର୍ଦ୍ବ ସଭ୍ୟ ରହିଛନ୍ତି । ମେଳା ର ସୁପରିଚାଳନା ପାଇଁ ସରକାରୀ ଅଧିକାରୀ ଓ ମେଳା କମିଟିର ସଭ୍ୟ ମାନେ ଏକତ୍ରିତ ହୋଇ କାମ କରିବାର ନିଷ୍ପତ୍ତି ହୋଇଛି । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠଜ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ର ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ଙ୍କର ସମେତ ସମସ୍ତ ବିଭାଗ ର ଅଧିକାରୀ ଓ ମେଳା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ ।