ସୁନ୍ଦରଗଡ଼/ରାଉରକେଲା, (ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡ. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I
ଆଜିର ଏହି ଅଭିଯୋଗ ଶୁଣାଣି ରେ ମୋଟ 162 ଟି ଅଭିଯୋଗ ଦାଖଲ ହୋଇଥିଲା I ସେଥିମଧ୍ୟରୁ 142 ଗୋଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ 20 ଟି ସାମୁହିକ ସମସ୍ୟା ଗୁଡ଼ିକ ରହିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ରାସନ କାର୍ଡ, ପେନସନ, ସ୍ୱାସ୍ଥ୍ୟ, ଡ୍ରେନେଜ, ଜଳସେଚନ, ଜମି ଅଧିଗ୍ରହଣ ଆଦି ସମ୍ପର୍କିତ ରହିଥିଲା I
66 ଟି ଅଭିଯୋଗ ର ତତ୍ କ୍ଷଣାତ୍ ସମାଧାନ କରା ଯାଇଥିଲା I 46 ଟି ସି. ଏମ୍. ଆର୍. ଏଫ୍ ରୁ ଏବଂ 1 ଗୋଟି ରେଡ କ୍ରସ ରୁ ସହାୟତା ନିମନ୍ତେ ଆବେଦନ ଗୁଡ଼ିକ ରହି ଥିଲା I ଅନ୍ୟାନ୍ୟ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଏହି ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ(ସାଧାରଣ),ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଅଭିମନ୍ୟୁ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ମନୋଜ ମହାଜନ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ , ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠୀ, ସଦର ଉପ -ଜିଲ୍ଲାପାଳ ଶ୍ରୀ ଦାସରଥି ସରାବୁ, ଆଇ. ଏ. ଏସ୍. ଶିକ୍ଷାନବିସ ଶ୍ରୀମତୀ ରିନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ସରୋଜ ମିଶ୍ର, ପି. ଏ. ଆଇ. ଟି. ଡି. ଏ ଶ୍ରୀ ରାମକୃଷ୍ଣ ଗଣ୍ଡ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୟ ପଟେଲ, ସଦର ତହସିଲଦାର ଶ୍ରୀ କୁଳମଣି
ରଣବିଡ଼ା ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I