ରାଉରକେଲା ନାଗରିକ ସୁରକ୍ଷା କମିଟି ର ସ୍ବାଭିମାନ ଦିବସ ପାଳନ

0 1

ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ନାଗରିକ ସୁରକ୍ଷା କମିଟି ଆନୁକୂଲ୍ୟରେ ଉତ୍କଳ ଦିବସରେ ଆମ୍ବାଗାନ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି।ଏହି ସଭାକୁ ସାମାଜିକ କର୍ମୀ ଶ୍ରୀଯୁକ୍ତ କେଦାରନାଥ ପ୍ରଧାନ ଉଦବୋଧନ ଦେଇଥିଲେ।

ଏହି ଦିବସରେ ନଅଟି ଦାବି ଉପସ୍ଥାପନ କରାଯାଇଥିଲା।

୧. ଆଇଜିଏଚ୍ ଠାରେ ପ୍ରତିଷ୍ଠିତ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଓ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ କଲେଜ କୁ ଏମ୍ସ ହାତକୁ ନେବା।
୨. ତାଳଚେର ବିମଳା ଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା।
୩. ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା କରିବା।
୪. ସାଧାରଣ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କରିବା।
୫. କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ରାଉରକେଲା ବିମାନ ବନ୍ଦର ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା।
୬. ସଫ୍ଟୱେର ପାର୍କ ପ୍ରତିଷ୍ଠା କରିବା।
୭. ବାସଚ୍ୟୁତ ଙ୍କ ପୁର୍ଣ୍ଣ ଥଇଥାନ ଓ ସଠିକ୍ କ୍ଷତିପୂରଣ ଦେବା।
୮. ସୁନ୍ଦରଗଡ଼ ଜିଲ୍ଲାରେ ଏମ୍.ଏସ୍.ଏମ୍.ଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ କରିବା।
୯. ଆର୍.ଏସ୍.ପି ର ଆଧୁନିକୀକରଣ ଓ ସଂପ୍ରସାରଣ କରିବା।

ଏହି ସବୁ ସ୍ବାଭିମାନ ପ୍ରସଙ୍ଗ କୁ ନେଇ ଏପ୍ରିଲ୍ ଏକ ଉତ୍କଳ ଦିବସକୁ ସ୍ବାଭିମାନ ଦିବସ ଭାବେ ପାଳନ ପାଇଁ ଆମ୍ବାଗାନ ସ୍ଥିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଛକ ଠାରେ ସକାଳ ୯ଟା ରୁ ୧୨ଟା ପର୍ଯ୍ୟନ୍ତ ଧାରଣାରେ ସାମିଲ ହୋଇଥିବା ଅତିଥି ମାନେ ହେଲେ ଗାଳ୍ପିକ ଭୁପେନ ମହାପାତ୍ର, କମ୍ରେଡ୍ ବିଷ୍ଣୁ ମହାନ୍ତି, ପ୍ରଶାନ୍ତ ସେଠୀ, ଅକ୍ଷୟ କୁମାର ସାମଲ, ସୁମନ୍ତ ବେହେରା, ସୁରେନ୍ଦ୍ର ଦାସ, ନଗେନ କୁମାର ଦାସ, ହରିହର ରାଉତରାୟ, ପଶୁପତିନାଥ ଚାଟାର୍ଜୀ, କେଦାରନାଥ ପ୍ରଧାନ, ସୁମନ ଦତ୍ତ, ସତ୍ୟପ୍ରିୟ ମହାନ୍ତି, ଆର୍ତ୍ତତ୍ରାଣ ମହାପାତ୍ର ଓ ରାଉରକେଲାର ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ।

Leave A Reply

Your email address will not be published.