ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନରେ ସୋମବାର ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ l ୧୯୯୩ ରେ ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରବାଦପୁରୁଷ ବିଜୁ ବାବୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ୧୩ ଜିଲ୍ଳାକୁ ୩୦ ଜିଲ୍ଳାରେ ପରିଣତ କରିଥିଲେ l ସେଥିରେ ଜଗତସିଂହପୁର ଜିଲ୍ଲା ଅନ୍ୟତମ l ଜିଲ୍ଲା ଗଠନର ମୁଖ୍ୟ ବିନ୍ଧାଣି ଥିଲେ ବିଷ୍ଣୁ ଦାସ ଏଥିରେ ଦ୍ବିମତ ନାହିଁ l ଜିଲ୍ଲା ଗଠନ ପରେ ଜିଲ୍ଲା ଉତ୍ସବ ପାଳନ ହୋଇଥିଲା ଯାହା ପରେ ବିତର୍କର ଉତ୍ସବରେ ପରିଣତ ହୁଏ l ଇତିହାସ ବଡ଼ ନିଷ୍ଠୁର ଓ ସମସ୍ତେ ଦିନେ ଇତିହାସ ହେବା l ଜିଲ୍ଲା ହେବା ପରେ ଜଗତସିଂହପୁର ସାମ୍ନା କରିଛି ୧୯୯୯ ମସିହାର ପ୍ରଳୟଙ୍କାରୀ ମହାବାତ୍ୟା ଯାହା ଆମକୁ ଏକ ଶିକ୍ଷା ମଧ୍ୟ ଦେଇଛି l ବହୁ ଝଡ଼ଝଞ୍ଜା ସହି ମଧ୍ୟ ଜିଲ୍ଲା ପ୍ରଗତି ପଥରେ ଅଗ୍ରସର ହୋଇଛି ଓ ବହୁ ବିକାଶମୂଳକ କାମ ହୋଇଛି ବୋଲି ସେ କହିଛନ୍ତି l ଏଥିରେ ବିଶିଷ୍ଟ ଅତିଥିଭାବେ ବାଲେଶ୍ୱର ଫକୀର ମୋହନ ବିଶ୍ଵବିଦ୍ୟାଳୟ କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଅନ୍ୟତମ ବିଶିଷ୍ଟ ଅତିଥିଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ଃ ରୁଦ୍ରନାରାୟଣ ଦାଶ, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜଗତସିଂହପୁର ଜିଲ୍ଲା ଗଠନ ଓ ଜିଲ୍ଲା ସଂସ୍କୃତି, ଐତିହ୍ୟ, ସ୍ୱାଧୀନତା ସଂଗ୍ରାମକୁ ଅବଦାନ ବିଷୟରେ ବକ୍ତବ୍ୟ ଦେଇଥିଲେ l ପ୍ରାରଂବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀରଂଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ l ପରେ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post