କାମାକ୍ଷାନଗର,୩୧/୦୩:ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଗାଡି ଦୂର୍ଘଟଣା ଗ୍ରସ୍ତ।ଅଳ୍ପକେ ବର୍ତ୍ତିଲେ ବିଧାୟକ।କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟ ଜାତିୟ ରାଜପଥ ୫୩ ଠାରେ ହାଇଡ୍ରା ସହିତ ବିଧାୟକଙ୍କ ଗାଡି ନମ୍ବର (JH07K8475) ଦୂ୍ର୍ଘଟଣା ହୋଇଥିବା ଜଣାପଡିଛି।ରାଉରକେଲାରୁ ବିଧାୟକ ଏକ ଫର୍ଚ୍ୟୁନର କାରରେ ଭୂବନେଶ୍ବର ଯାଉଥିବା ବେଳେ କାମାକ୍ଷାନଗର ଚୂଳିଆ ନିକଟରେ ଏକ ହାଇଡ୍ରା ସହିତ ଧକ୍କା ହୋଇଥିଲା।ଗାଡିରେ ବିଧାୟକଙ୍କ ସମେତ ପଏସଓ ଓ ଡ୍ରାଇଭର ଥିବା ସୂଚନା ମିଳିଛି।ଗାଡିରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି।ଅନ୍ୟ ଏକ ଗାଡିରେ ବିଧାୟକ ଭୂବନେଶ୍ବର ଯାଇଥିଲେ।ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିଧାୟକଙ୍କ ଫର୍ଚ୍ୟୁନର ଗାଡିସହ ହାଇଡ୍ରାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.