ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣ ସାହିର ହନୁମାନ ଛକ ଠାରେ ଜୟବୀର ହନୁମାନ ଧ୍ୟାନ ପୀଠରେ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଗ୍ରାମ ସ୍ଥିତ ଚାମୁଣ୍ଡେରୀ ମନ୍ଦିର ଆଶ୍ରମରୁ ସାଧ୍ବୀ ଋତୁମ୍ବରା ବୃନ୍ଦାବନ ସ୍ଥିତ ଋତୁମ୍ବରାଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରି ଚାରିପଟେ ଏହି ପାରାୟଣ କାର୍ଯ୍ୟ ଚାଲୁରଖିଛନ୍ତି।
ଏହି ୯ ଦିନର କାର୍ଯ୍ୟକ୍ରମରେ ସାଧ୍ବୀ ଋତୁମ୍ବରା ଶ୍ରୀରାମଙ୍କ ଜନ୍ମ , ଶ୍ରୀରାମଙ୍କୁ ବିଶ୍ଵାମିତ୍ର ସାଥିରେ ନେଇ ଯଜ୍ଞ ରକ୍ଷା ଦାୟିତ୍ବ , କେଉଟ ପ୍ରସଙ୍ଗ , ସୀତାରାମଙ୍କ ସ୍ୱୟଂମ୍ବରରେ ଶିବଧନୁ ଭଙ୍ଗାଯିବା ପ୍ରସଙ୍ଗ , ରାମଙ୍କ ୧୪ ବର୍ଷ ବନବାସ , ଆହଲ୍ୟା ଉଦ୍ଧାର , ଶବରୀ ପ୍ରସଙ୍ଗ , ସୀତା ହରଣ , ହନୁମାନଙ୍କ ସାକ୍ଷାତ , ବଳୀ ବଦ୍ଧ , ଲଙ୍କା ଦହନ , ରାମସେତୁ ନିର୍ମାଣ , ରାବଣ , କୁମ୍ଭକର୍ଣ୍ଣ ଆଦି ରାକ୍ଷାସଙ୍କୁ ବଦ୍ଧ ଆଦି ବିଷୟ ଗୁଡିକୁ ପାରାୟଣ କରିବା ସହ ସମବେତ ଭକ୍ତ ବୃନ୍ଦଙ୍କୁ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜୟବୀର ହନୁମାନ କମିଟିର ସଭାପତି ଭେଙ୍କେଟେଶ୍ୱର ପଟ୍ଟନାୟକ , ବ୍ରଜ କିଶୋର ପଟ୍ଟନାୟକ , ମନୋଜ ପାଢ଼ୀ , ନରସିଂହ ପଟ୍ଟନାୟକ , ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ଜୟବୀର ହନୁମାନ ଧ୍ୟାନ ପୀଠର ସଂକୀର୍ତ୍ତନ ଦଳର ସଭାପତି ବୀର କିଶୋର ପଟ୍ଟନାୟକ , ଗୁରୁ ରମେଶ ପଟ୍ଟନାୟକଙ୍କ ଦ୍ବାରା ୯ ଦିନ ବ୍ୟାପି ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ପାରାୟଣରେ ପ୍ରତ୍ୟେକ ଦିନ ମିଷ୍ଟାନ୍ନ ବଣ୍ଟନ , ପ୍ରସାଦ ବଣ୍ଟନ ଆଦି କାର୍ଯ୍ୟକ୍ରମ ହୋଇ ଥିଲା। ଏହି ପାରାୟଣରେ ସହରର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post