ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିନ୍ନ ଢଙ୍ଗ ରେ ବିଶ୍ୱ ନାଟ୍ୟ ଦିବସ ପାଳନ ହୋଇ ଯାଇଛି। ଓଡିଶା ନାଟ୍ୟ ସଂଘ ର ଜିଲା ସଂଯୋଜକ ଶ୍ରୀ ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ସଂସ୍କୁତି ଅଧିକାରୀ ଘାସି ରାମ ହରିଜନ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ସରକାର ଦେଉଥିବା ସୁବିଧା କୁ କଳାକାର ମାନେ ଲାଭ ଉଠାଇବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ଓଡିଶା ରାଜସ୍ଵ ଅମଲା ସଂଘ ର ରାଜ୍ୟ ସଭାପତି ତଥା ବିଶିଷ୍ଟ ମଞ୍ଚ ଅଭିନେତା ତ୍ରିପତି ବାଲଜି ସାହୁ ଯୋଗଦେଇ ମଞ୍ଚ ନାଟକରେ ଯୁବ ପ୍ରତିଭା ର ଆବଶ୍ୟକତା ଅଛି ବୋଲି ମତ ବ୍ୟକ୍ତ କରିଥିଲେ ।ଅଧ୍ୟାପକ ଦିଲୀପ ହୋତା ଯୋଗ ଦେଇ ମଞ୍ଚ କଳାକାର ର ଏନ୍ତୁଡ଼ି ଶାଳ ବୋଲି କହିଥିଲେ। ନିର୍ଦେଶକ ସୁରେଶ ମହାନ୍ତି ସମସ୍ତ କଳାକାର ସକ୍ରିୟ ହୋଇ ମଞ୍ଚ ମୁହା ହେଲେ ମଞ୍ଚ ର ପୁରୁଣା ସ୍ମୁତି ଫେରିବାର ଆଭାସ ଦେଇଥିଲା ବେଳେ ନାଟ୍ୟ ନିର୍ଦେଶକ ପ୍ରେମଚାନ୍ଦ ପଟନାୟକ ଯୁବ ପିଢ଼ି ଙ୍କୁ ୟୁଟୁବୁ ଓ ମୋବାଇଲି ଠାରୁ ଛଡାଇ ଆଣି ମଞ୍ଚ ରେ ଠିଆ କରିବାକୁ ପଡିବ ବୋଲି କହିଥିଲେ। ବରିଷ୍ଠ କଳାକାର ଅଶୋକ ପଣ୍ଡା ,ଚିଦା ପଟନାୟକ,ପ୍ରକାଶିନୀ ଚୌଧରି ମଞ୍ଚ ସୁନ୍ଦର ଅଭିନୟ କରିଥିବା ବେଳେ ସୁରେଶ ମିଶ୍ର ଏକ ନାଟକ ଧର୍ମୀ ସଙ୍ଗୀତ ପରିବେଷଣ କରିଥିଲେ। ସହର ର ନାଟ୍ୟ ପ୍ରେମୀ ସତ୍ୟନାରାୟଣ ଖଡ଼ଗରାୟ, ବିଶ୍ୱଭୂଷଣ ମହାନ୍ତି ,ମନୋଜ ପଟନାୟକ,ଦୁର୍ଗା ପ୍ରଧାନୀ,ପ୍ରଭାସିନୀ ମହାନ୍ତି,ପ୍ରକାଶ ସାମନ୍ତରାୟ,କାର୍ତିକ ତୁଳ,ପ୍ରଭାତ ପଟନାୟକ,ରଘୁନାଥ ରଥ,ନିରଞ୍ଜନ ବିଶ୍ୱାଳ,ବିଭୁଦତ ସେଠି,ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଭିମତ ରଖିଥିଲେ। ଶ୍ରୀ ଦେବୀ ପ୍ରସାଦ ତ୍ରିପାଠୀ ଶେଷରେ ସମସ୍ତ ଉପସ୍ଥିତ ଥିବା ମଞ୍ଚ ନିର୍ଦେଶକ,ନାଟ୍ୟକାର , ଶ୍ରୋତା ,ଦର୍ଶକ,ମେଡିଆବନ୍ଧୁ, ଏବଂ ସମସ୍ତ ପ୍ରଚ୍ଛଡ଼ପଟ ରେ ସାହାଯ୍ୟ ସହଯୋଗ ର ହାତ ବଢାଇଥିବା ଜନ ସମୂହ ଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଜଗନାଥ ବେହେରା ସଭା ସମାପ୍ତି ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.