“ବିଶ୍ଵ ନାଟ୍ୟ ଦିବସ”ରେ ନାଟୁଆ ମେଳା ଆୟୋଜିତ : ରଘୁନାଥ ପରିଚ୍ଛା ପ୍ରଥମ ଓଡ଼ିଆ ନାଟ୍ୟକାର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ “ବିଶ୍ଵ ନାଟ୍ୟ ଦିବସ” ଅବସରରେ “ନାଟୁଆ ମେଳା” ଆୟୋଜିତ ହୋଇଯାଇଛି।
ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଞ୍ଚ କଳାକାର ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କ୍ରିଏଟିଭ ଆର୍ଟସ୍ ଓ ତରଙ୍ଗ ରଙ୍ଗ, ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ସହର ମଧ୍ୟରେ ଖାଲି ସ୍ଥାନରେ ଏକ ସ୍ଥାୟୀ ରଙ୍ଗମଂଚ ବା ସଂସ୍କୃତି ଭବନ ନିର୍ମାଣ ପାଇଁ ଦାବୀପତ୍ର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ନିକଟରେ ପ୍ରଦାନ କରାଯାଇଥିଲା।
ନାଟ୍ୟ ଦିବସ ଅବସରରେ ଓଡ଼ିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ପାଇଁ କବିଚନ୍ଦ୍ର ସାହି ଛକ ଠାରେ ସ୍ଥାନୀୟ କାଉନସିଲର ବାଳକୃଷ୍ଣ ପାତ୍ରଙ୍କ ଦ୍ଵାରା ଶୁଭ ଦିଆଯାଇଥିଲା।
ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ କବିଚନ୍ଦ୍ର ପାଠାଗାର ଠାରେ ନାଟ୍ୟ ଆଲୋଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ବ ବୈଠକରେ ମୁଖ୍ୟ ଅତିଥି ଭାବରେ ପୌରାଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା କବି ଶ୍ରୀ ଅଜୟ ତ୍ରିପାଠୀ , କ୍ରିଏଟିଭ ଆର୍ଟସ୍ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ମଞ୍ଚାସୀନ ଅତିଥି ଓ ବିଭିନ୍ନ ବକ୍ତା ମାନେ ଓଡ଼ିଆ ଭାଷାକୁ ତଥା ଓଡ଼ିଶାକୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି।
ରଘୁନାଥ ପରିଚ୍ଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକରେ ଲେଖା ହୋଇଛି ତେଣୁ ଦକ୍ଷିଣ ଓଡ଼ିଶାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ମତ ଉପସ୍ଥାପନା କରିଥିଲେ।
ଆଲୋଚନା ପରେ ଶିଶୁ କଳାକାର ମାନେ ଅଭିନୟ ସହ ପାରଳାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ପଦାମୃତ ନୃତ୍ୟାୟନ , ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର , ସମଲେଇ ନୃତ୍ୟକଳା ପରିସଦର ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଶ୍ରୀ ଆଦର୍ଶ ଦାସ ବିଶ୍ବ ନାଟ୍ୟ ବାର୍ତ୍ତା ପାଠ କରିଥିବା ବେଳେ ମନୋଜ ପାଢୀ ସ୍ବାଗତ ଭାଷଣ ଦେଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଏମ୍.ପୃଥିବୀ ରାଜ , ହରିହର ପଟନାୟକ , ଜ୍ଞାନ ରଞ୍ଜନ ଦାସ , ବାଳକୃଷ୍ଣ ପାଣିଗ୍ରାହୀ , ମାତଙ୍ଗିନୀ ଗୁରୁ , କାମଦେବ ପାଢୀ , ସୁଜିତ୍ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.