ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂହପୁର ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ହରିୟାଣା କରନାଲ ର କରନ ଷ୍ଟାଡିୟମ ଠାରେ 24–27 ମାର୍ଚ୍ଚ 2023
ଅନୁଷ୍ଠିତ ହୋଇଥିଲା ସେଥିରେ ପ୍ରଫୁଲ୍ଲ କାଟେଗୋରୀ (ବି )ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟ ରେ 1ସ୍ବର୍ଣ୍ଣ,, ବ୍ୟକ୍ତିଗତ ଫଏଲ ଇଭେଣ୍ଟରେ 1ରୋପ୍ୟ, ଏବଂ ଦଳଗତ ସାବ୍ରେ ଇଭେଣ୍ଟ ରେ ଆଉ ଏକ ରୋପ୍ୟ ଜିତିଛନ୍ତି ସେ ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟ ଫାଇନାଲ ରେ ହରିୟାଣା ର କୁମାର ଦେବେନ୍ଦ୍ର ଙ୍କୁ 10 – 6 ରେ ପରାସ୍ତ କରି ବ୍ୟକ୍ତିଗତ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ବ୍ୟକ୍ତିଗତ ଫଏଲ ଇଭେଣ୍ଟ ଫାଇନାଲରେ ସେହି ହରିଆଣା ର ସୁନୀଲ ଫୋଗାତ ଙ୍କ ଠୁ 10-7ରେ ହାରିଯାଇ ରୋପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହି ସେମିଫାଇନାଲ ରେ କର୍ଣ୍ଣାଟକ ର ରାଘବେନ୍ଦ୍ର ଙ୍କୁ 10-4 ରେ ହରାଇ ଫାଇନାଲ କୁ ଯାଇଥିଲେ l ସେହିପରି ଦଳଗତ ଭାବେ ଓଡିଶା ଦଳକୁ ପ୍ରତିନିଧିତ୍ୱ କରି ସାବ୍ରେ ଦଳଗତ ଇଭେଣ୍ଟ ରେ ରୋପ୍ୟ ପଦକ ଜିତିଛନ୍ତି l ଆଗରୁ ମଧ୍ୟ ଏମିତି ଅନେକ ଜାତୀୟ ସ୍ତରରେ ଏକାଧିକ ପଦକ ଜିତି ଆମ ଜଗତସିଂହପୁର ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆଗକୁ ମଧ୍ୟ ଅନ୍ତର୍ଜାତୀକ ସ୍ତରରେ ପଦକ ଜିତିବେ ବୋଲି ଆଶା ରଖିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post