ରାଉରକେଲା ବିଜେଡି କର୍ମୀ ଓ ନେତାଙ୍କ ଭିତରେ ଉତ୍ସାହ ଲହରୀ
ରାଉରକେଲା (ବସନ୍ତ କୁମାର ଜେନା):- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ନିର୍ମଳ ଭାବମୂର୍ତି ସମ୍ପନ୍ନ ,ପ୍ରଗାଢ ପରିଶ୍ରମୀ ତଥା କର୍ମୀ ମାନଙ୍କର ଗ୍ରହଣୀୟ ହୋଇଥିବା ଓଡିଶାର ଗ୍ରାମ୍ୟ ଉନୟନ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇ ସୁନ୍ଦରଗଡ ଜିଲା ପାଇଁ ପୁନଃ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ଆନନ୍ଦ ଲହରୀ ଖେଳିଯାଇଛି | ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇ ଦକ୍ଷ ନେତୃତ୍ୱ , ବଳିଷ୍ଠ ସାଙ୍ଗଠନିକ ଦକ୍ଷତା ଓ ସଫଳ ରାଜନୈତିକ ଗୋଟି ଚାଲାଣ ଯୋଗୁ ସମଗ୍ର ସୁନ୍ଦରଗଡ ରେ ୨୦୨୨ ମସିହାରେ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ବିରୋଧୀ ଙ୍କୁ ଧରାଶାୟୀ କରି ୩୫ ଗୋଟି ଜିଲାପରିସଦ ଆସନରୁ ରୁ ରେକଡ ସଂଖ୍ୟାରେ ୩୩ ଆସନରେ ବିଜୁଜନତା ଦଳକୁ ବିଜୟୀ କରାଇଥିଲେ | ତାପରେ ହୋଇଥିବା ପୌର ନିର୍ବାଚନରେ ସୁନ୍ଦରଗଡ଼ ଜିଲାରେ ଥିବା ୩ଟି ମ୍ୟୁନିସିପାଲ୍ଟିଟିକୁ ମଧ୍ୟ ବିଜେଡି ଦାଖଲକୁ ଆଣିପାରିଥିଲେ । ଜଣେ ନିର୍ଭୀକ,ମିଷ୍ଟଭାଷୀ ଭାବେ ଜିଲାର କର୍ମୀମାନଙ୍କ ନିକଟରେ ଆଦୃତ ହୋଇପାରିଥିବା ନେତାଙ୍କୁ ପୁନର୍ବାର ସୁନ୍ଦରଗଡ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବାରୁ ଶ୍ରୀଯୁକ୍ତ ଘଡାଇଙ୍କୁ ରାଉରକେଲା ଜିଲ୍ଲାର କର୍ମୀମାନେ ହାର୍ଦିକ ସ୍ଵାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ୨୦୨୪ରେ ସମଗ୍ର ସୁନ୍ଦରଗଡ ବାସୀ ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଆଶୀର୍ବାଦ ଦେଇ ବିଜୁଜନତା ଦଳକୁ ଅଧିକରୁ ଅଧିକ ମଜବୁତ କରିବେ । ସେହିପରି ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା, ସୁନ୍ଦରଗଡର ଟାଣୁଆ ନେତା, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ,ରାଉରକେଲାର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କୁ ପୁନର୍ବାର ଝାରସୁଗୁଡା ଜିଲାର ପର୍ଯ୍ୟବେକ୍ଷକ ଦାଇତ୍ଵ ତୁଲେଇବା ପାଇଁ ଦିଆଯାଇଥିବାରୁ ରାଉରକେଲା ଜିଲାର କର୍ମୀମାନେ ଶ୍ରୀଯୁକ୍ତ ନାୟକଙ୍କୁ ଶୁଭେଛା ସହ ଅଭିନନ୍ଦନ ଜଣାଇଛନ୍ତି । କଠିନ ପରିଶ୍ରମ କରୁଥିବା ଶ୍ରୀଯୁକ୍ତ ନାୟକ ନିଜ ଦାୟିତ୍ୱ ସଠିକ ଭାବେ ତୁଲାଇବାରେ ସଫଳ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଏଥିନିମନ୍ତେ ଜିଲ୍ଲାର, ରାଜ୍ୟ ବିଜୁ ମହିଳା ଉପାଧ୍ୟକ୍ଷା ଶ୍ରୀମତୀ ରଶ୍ମିବାଲା ମିଶ୍ର,ସାଧାରଣ ସମ୍ପାଦିକା ଆରତି ଚୌଧୁରୀ, ସମ୍ପାଦିକା ମିନତୀ ବିଶ୍ଵାଳ, ବରିଷ୍ଠ ନେତା ରଞ୍ଜିତ କିଶାନ, ଆନନ୍ଦ ଚନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ,ନିହାର ସୋରେନ, ଭୀମ ଚୌଧୁରୀ, ହାଳୁମୁଣ୍ଡାରୀ,ରଘୁନାଥପାଲି ନଗର ସଭାପତି ଆର୍ତ ମୋହାରଣ।, ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ଆଇନିଜୀବୀ ସୁଦାମ ଦାଶ, ସୁନ୍ଦରଗଡ କୋଅପରେଟିଭ ବ୍ୟାଙ୍କ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୋନ ମହିଳା କାର୍ଯ୍ୟକାରୀ ସଭାପତି ସନ୍ଧ୍ୟା ଲକ୍ରା,ରାଜ୍ୟ ଆଇନିଜୀବୀ ଉପଧାକ୍ଷ ସନ୍ତୋଷ ନାୟକ,ଆଇନିଜୀବୀ ରାଉରକେଲା ସଭାପତି ସତ୍ୟନାରାୟଣ ମହାପାତ୍ର, ସୁଜୟ ପାଣି, କୈଲାଶ ପ୍ରଧାନ,ନାରଣ ପ୍ରଧାନ, ହାଡିବନ୍ଧୁ ପରିଡା, ଅନନ୍ତ ପାତ୍ର,ଜିଲପରିଷଦ ଉପ।ଦକ୍ଷ କମଳ ଲକ୍ରା, ମୁଖପାତ୍ର ଜୟନ୍ତ କୁମାର ମିଶ୍ର, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଭୁତି ପୁହାଣ,ସୁବାସ ସ୍ଵାଇଁ,ବୀରମିତ୍ରପୁର ମୁନିସିପାଲିଟି ଅଧକ୍ଷ ସନ୍ଦୀପ ମିଶ୍ର,ବରିଷ୍ଠ ନେତା ଶ୍ରୀଚରଣ ମହାନ୍ତି,ଜ୍ଞାନେନ୍ଦ୍ର ଜେନା, ସୁରେନ୍ଦ୍ର ରାଉତ,ସୁଦର୍ଶନ ମିଶ୍ର, ବଇଲୋଚନ ସାମଲ, କାନ୍ଦୁରା ମହାନ୍ତି,ମହିଳା ନେତ୍ରୀ ଜ୍ୟୋତ୍ସ୍ନା ନାୟକ, ଛବି ମହାନ୍ତି,ଜର୍ଜ ଆନନ୍ଦ,ହରମୋହନ ମୋହାପାତ୍ର,ଅନୁପ ସାମଲ,ବ୍ରିଜେସ ମୋହତୋ, ଆଫ୍ରୋଜ ଆହମଦ,ଦୁସମନ୍ତ ରାଉତରାୟ,ଡି ଅଭିକ କୁମାର, ରଞ୍ଜନ ନାୟକ, ସୁଶାନ୍ତ ଦାସ,ରାଣା ପ୍ରତାପ ସିଂହ, ପୀତବାସ କାଣ୍ଡି,ପିଙ୍କୁ ଜସ୍ଵଳ,ନିରଞ୍ଜନ ଚୌଧୁରୀ,ଭରତ ଦାସ, ତରେଣୀ ଶେଠୀ,ଲିଟୁ ପୁହାଣ, ଗୁଡୁ ସୋନର,ପ୍ରକାଶ ଧଳ,କୃଷ୍ଣ ପ୍ରସାଦ ସିଂହ,ରାଜକିଶୋର ମିଶ୍ର,ଅକ୍ଷୟ ନାୟକ, ଶ୍ଯାମସୁନ୍ଦର ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।