ଗୋଷ୍ଠୀ ସ୍ତରୀୟ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ

0

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧୋବାଡିହା ଠାରେ ଗୋଷ୍ଠୀ ସ୍ତରୀୟ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ମଙ୍ଗଳ ଚରଣ ସିଂ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ  ଯଶିପୁର ବ୍ଲକ୍ ଅଧ୍ୟକ୍ଷା କୁମୁଦିନୀ ଦଳେଇ, ସମ୍ମାନୀତ ଅତିଥି ଭାବରେ ବିଡ଼ିଓ ସ୍ମୃତିରଞ୍ଜନ ସାହୁ ,  ଡାଏଟ ସିଆରସି କୋଡ଼ିନେଟର ପ୍ରମୋଦ ଡାକୁଆ ,ଏବିଇଓ ସାହେବ ମହାନ୍ତ, ଏବିଇଓ ସୁବର୍ଣମଣି ସେଠୀ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ଯୋଗଦେଇଥିଲେ ।  ଏବିଇଓ ତ୍ରିଲୋଚନ ନାଏକ ଙ୍କ ସହ ଶିକ୍ଷକ କିଶୋର ସେଠୀ ଏହି କାର୍ଯ୍ୟକ୍ରମ ର ସଭା ପରିଚାଳନା କରିଥିଲେ ।ଏହି ବ୍ଲକ୍ ଅନ୍ତର୍ଗତ ସମସ୍ତ କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ ଗଣ ଭାଷା ଓ ଗାଣିତିକ ଜ୍ଞାନ ସଂପର୍କିତ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଶେଷରେ ଭାଷାଜ୍ଞାନ ବିଭାଗ ରେ ଚାକିଡି କ୍ଲଷ୍ଟର ଅନ୍ତର୍ଗତ ଉସକି ଅଶ୍ରମ ବିଦ୍ୟାଳୟ ର ଶିକ୍ଷକ ପୁରନ ମେହେର ଓ ଗାଣିତିକ ଜ୍ଞାନ ବିଭାଗରେ ବନ୍ଦିରାପୋଷୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପଙ୍କଜିନି ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଚlକିଡି କ୍ଲଷ୍ଟର ର ସିଆରସିସି ଖୀତିଶ ମହାନ୍ତ ଙ୍କ ସହ ସମସ୍ତ ସି ଆର୍ ସି ସି ସମ୍ବର୍ଦ୍ଧିତ ହୋଇଥିଲେ l

Leave A Reply

Your email address will not be published.