ଅଶୋକାଷ୍ଟମୀ ପର୍ବ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ମାର୍ଚ୍ଚ ୨୯ ତାରିଖ ସ୍ଥାନୀୟ ସରକାରୀ ଛୁଟି

0

ଭୁବନେଶ୍ୱର :ଆଗାମୀ ଅଶୋକାଷ୍ଟମୀ ପର୍ବ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୯ ତାରିଖ (ବୁଧବାର)କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି ।ଏହି ମର୍ମରେ ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ,କଟକଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସୂଚନା ଯୋଗ୍ୟ ଯେ,ଓଡିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ବିଭାଗ ପତ୍ର ସଂଖ୍ୟା-୩୭୦୪୦/ରା.ବି.ପ. / ତା ୦୧.୧୧ .୨୦୨୨କୁଭିତ୍ତିକରି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, କ୍ୟାଲେଣ୍ଡର ବର୍ଷ ୨୦୨୩ ରେ ଖୋର୍ଦ୍ଧା ଜିଲ୍ଲାପାଇଁ ମାର୍ଚ୍ଚ ୨୯ ତାରିଖକୁ ଅଶୋକାଷ୍ଟମୀ ପର୍ବ ନିମନ୍ତେ ଗୋଟିଏ ଦିନ ସ୍ଥାନୀୟ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଉକ୍ତ ଦିନ ବନ୍ଦ ରହିବ । ଏ ସଂପର୍କରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ସଂପୃକ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପତ୍ରଯୋଗେ ଏବଂ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ନିମନ୍ତେ ଅବଗତ କରାଯାଇଛି ।

Leave A Reply

Your email address will not be published.