ଭୁବନେଶ୍ୱର-ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବକ୍ରେଶ୍ୱର ଉଚ୍ଚବିଦ୍ୟାଳୟ, ଭିଙ୍ଗାରପୁରରେ ଅଧ୍ୟୟନ କରିଥିବା ୧୯୬୪ ମାଟ୍ରିକ ବ୍ୟାଚର ୨୦ ଜଣ ବିଦ୍ୟାର୍ଥୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ରବିବାର ପଳାଶୁଣୀସ୍ଥିତ ମା’ଭବାନୀ ରିସୋର୍ଟ ଠାରେ ପୁରାତନ ଛାତ୍ର ଶ୍ରୀ ଦିଗମ୍ବର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ଏହି ସଭାରେ ପ୍ରଥମେ ଦିବଂଗତ ବନ୍ଧୁ ଏବଂ ଶିକ୍ଷକମାନଙ୍କର ଅମରାତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲାl ବନ୍ଧୁମାନେ ପରସ୍ପର ମଧ୍ୟରେ ଦୀର୍ଘ ୬୦ ବର୍ଷର ମଧୁର ସ୍ମୃତି ଓ ଅଭିଜ୍ଞତା ବର୍ଣ୍ଣନା କରି ଭାବବିହ୍ଵଳ ହୋଇଥିଲେ l
ଏହି କାର୍ଯ୍ୟକ୍ରମକୁ ଶ୍ରୀ ଲୋକନାଥ ରାଉତ,କଳ୍ପତରୁ ସାମନ୍ତରାୟ, ନିରୋଦ ରାଉତରାୟ,ନରସିଂହ ରଥ ଓ ପ୍ରସନ୍ନ ଦଳାଇ ପ୍ରମୁଖ ସକ୍ରିୟ ସହଯୋଗ କରି ସଫଳ କରିଥିଲେl ପ୍ରତ୍ୟେକ ୬ମାସରେ ଥରେ ବିଭିନ୍ନ ସ୍ଥାନରେ ସେମାନଙ୍କର ଏହି ଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି l ଶ୍ରୀଯୁକ୍ତ ମଙ୍ଗରାଜ ନିଜସ୍ୱ ରିସୋର୍ଟରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା ସହ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥାରେ ଆପ୍ୟାୟିତ କରିଥିଲେl
Sign in
Sign in
Recover your password.
A password will be e-mailed to you.