ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ବୈତାଲି ଗ୍ରାମ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ସଂକ୍ରି ଗ୍ରାମର ସଂକୀର୍ତ୍ତନ ବାରିକ (୩୦)ନିଜର ହିରୋ ହୋଣ୍ଡା ବାଇକ ନମ୍ବର OR17N7412 ବାଇକ ଯୋଗେ ଝାରବନ୍ଧ ପଟରୁ ନିଜ ଗ୍ରାମକୁ ଯାଉଥିବା ସମୟରେ ଅପର ପର୍ଶ୍ୱରୁ ଆସୁଥିବା ଅନ୍ୟ ଏକ ବାଇକ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ସଂକୀର୍ତ୍ତନ ଙ୍କର ମୃତ୍ୟ ହୋଇଯାଇଥିବା ବେଳେ ଅନ୍ୟ ବାଇକ ରେ ଥିବା ବୈତାଲି ଗ୍ରାମର ରାଜେଶ ଦୀପ ତାଙ୍କର ସ୍ତ୍ରୀ ଓ ଛୁଆ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠେଇ ଦିଆ ଯାଇଥିବା ବେଳେ , ଝାରବନ୍ଧ ଥାନାରେ କେଶ ନମ୍ବର 50/23 ରୁଜୁ କରି ଏସ ଆଇ ଜଗା ବରିହା ତଦନ୍ତ ଜାରି ରଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post