‘ଆମ ପାଇଁ ବଡ଼ ଆମ ନୟାଗଡ଼’ ଉଦଘାଟିତ

0

ନୟାଗଡ଼(ଲକ୍ଷ୍ମୀଧର ସାହୁ): ‘ଆମ ପାଇଁ ବଡ଼ ଆମ ନୟାଗଡ଼’ର ସ୍ରଷ୍ଟା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି ବାର୍ତ୍ତା ଆଜି ଘରେ ଘରେ ପରିଚିତ। ଏହାକୁ ସ୍ମରଣୀୟ ରଖିବା ପାଇଁ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ତ୍ରିନାଥ ଛକଠାରେ ସ୍ଥାପିତ ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲ୍ଫି ପଏଣ୍ଟର ଶୁଭ ଉଦଘାଟନ ହେବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ଶ୍ରୀରାମ ମନ୍ଦିର ସାମ୍ନା ଖୋଲା ଜାଗାରେ ପେଭରବ୍ଲକ କାର୍ଯ୍ୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିବା ସହିତ ସମର୍ପଣ ମନୋଭାବ ରହିଲେ ବିକାଶ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନାଟ୍ୟଭୂଷଣ ଡ଼ ବିଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର ଓ ସମସ୍ତ କାଉନସିଲର ମାନେ ଯୋଗଦେଇଥିଲେ। ଏଥି ସହିତ ନୟାଗଡ଼ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ।

Leave A Reply

Your email address will not be published.