ରାଉରକେଲା / ବଣାଇଁ,(ବସନ୍ତ କୁମାର ଜେନା): ଵଣାଇଁ ବ୍ଲକ ଅନ୍ତର୍ଗତ ଜକୈକଳା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ଅଞ୍ଚଳର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ବାଞ୍ଛାନିଧି ବିଶ୍ୱାଳ କଂ ୭୮ବର୍ଷ ବୟସରେ ରାଉରକେଲା ସେକ୍ଟର ୨୦ ସ୍ଥିତ ତାଙ୍କ ପୁତ୍ର ର ବାସଭବନ ରେ ପରଲୋକ ହୋଇଯାଇଛି । ସେ ପ୍ରଥମେ ୧୯୬୩ ମଃ ରେ ପୁରୁଣାପାଣି ସ୍କୁଲରେ ନିଜର ଶିକ୍ଷକତା ଚାକିରି ଜୀବନ ଆରମ୍ଭ କରି ଵଣାଇଁ,ଶରଧାପୁର ,ତଳିତା , ଜକୈକଳା , ଗୋଗୁଆ ,କେନାଭେଟା , ଝିର୍ଡାପାଲି , ଇତ୍ୟାଦି ବିଦ୍ୟାଳୟ ମାନଙ୍କରେ ଶିକ୍ଷକତା କରିବାପରେ ଲଲେଇ ର ବ୍ରାହ୍ମଣ ଗାଁ ବିଦ୍ୟାଳୟରୁ ୨୦୦୩ରେ ଚାକିରି ଜୀବନରୁ ଅବସର ନେଇଥିଲେ । ସେ ଜଣେ ମିଷ୍ଠଭାଷୀ, ଉଦାରଚିତ ବ୍ୟକ୍ତିତ୍ୱ ଥିବାରୁ ସେ ସମସ୍ତଙ୍କ ପାଖରେ ପ୍ରୀୟପାତ୍ର ହୋଇପାରିଥିଲେ । ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ଗତ ରବିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ, ବଡପୁଅ ଜତିନ୍ଦ୍ର ନାଥ ବିଶ୍ବାଳ, ବୋହୁ , ଝିଅ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଜକୈକଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ଜକୈକଳା ପଞ୍ଚାୟତ ସମେତ ଵଣାଇଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ ପରିବାର କୁ ସମବେଦନା ଜ୍ଞାପନ କରିଥିଲେ ପରେ ତାଙ୍କ ମରଶରୀରକୁ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଶ୍ମଶାନକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କ ପୁଅ ଜତିନ୍ଦ୍ର ନାଥ ବିଶ୍ବାଳ ମୁଖାଗ୍ନୀ ଦେଇଥିବାବେଳେ ବନ୍ଧୁବାନ୍ଧାବ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.