ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରେ ଜଳ ସଂରକ୍ଷଣ ଓ ସଚେତନତା ଅଭିଯାନ ଆୟୋଜନ କରି ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । କÿର୍ମଚାରୀ ସ୍ୱେଚ୍ଛାସେବୀ ଓ ପେସାଦାର ବିଶେଷଜ୍ଞମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସହ କଂପାନି ପକ୍ଷରୁ ଝାରସୁଗୁଡ଼ାର ବଘିଆମାଳ ପୋଖରିରେ ପୁନରୁଦ୍ଧର ଓ ସଫେଇ କାର୍ଯ୍ୟ କରାଯାଇଛି ।
ଏହି ଅବସରରେ କଂପାନି ପକ୍ଷରୁ ଏହାର କାର୍ଯ୍ୟକ୍ଷେତ୍ରରେ ଏକ ନୂଆ ସ୍ୱରେଜ୍ ଟ୍ରିଟ୍ମେଂଟ୍ ପ୍ଲାଂଟ୍ (ଏସ୍ଟିପି)ର ଶିଳାନ୍ୟାସ ସମାରୋହ ଆୟୋଜନ କରାଯାଇଥିଲା । ଦୈନିକ ୪୪୦ କିଲୋ ଲିଟର (କେଏଲ୍ଡି) ପ୍ରକ୍ରିୟାକରଣ କ୍ଷମତା ସହ ଏହି ଏସ୍ଟିପି କାରଖାନାରେ ଶୁଦ୍ଧଜଳ ବ୍ୟବହାର ବର୍ଷ ପିଛା ପ୍ରାୟ ୧୫ କୋଟି ଲିଟର ହ୍ରାସ କରି ପାରଦର୍ଶୀ ଜଳ ଉପଯୋଗିତା ପାଇଁ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ନେଟ୍ ୱାଟର ପଜିଟିଭ୍ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।
ନିଜସ୍ୱ ଉଦ୍ୟମରେ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଲାଗି ଗୋଷ୍ଠୀ ସଦସ୍ୟମାନଙ୍କୁ ଉତ୍ସାହିତ କରିବା ଲାଗି କଂପାନି ପକ୍ଷରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଓ ମା ସମଲେଶ୍ୱରୀ ନଗରରେ ପଥପ୍ରାନ୍ତ ନାଟକ ଅଧିବେଶନ “ନୁକଡ ନାଟକ’ ଆୟୋଜନ କରାଯାଇଥିଲା ଯାହା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ପାଖରେ ପହଂଚିପାରିଥିଲା । ପୁନଶ୍ଚ, ଶୁଦ୍ଧଜଳର ଗୁରୁତ୍ୱ ଓ ଜୈବ ବିବିଧତାର ସଂରକ୍ଷଣ ବିଷ୍ରରେ ସଚେତନତା ସୃଷ୍ଟି କରିବା ଲାଗି କଂପାନି ପକ୍ଷରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଲାଗି ଝାରସୁଗୁଡ଼ାର ଆର୍ଦ୍ରଭୂମି ସିଘଂବାଗାରେ ବାର୍ଡ ୱାଚିଂ (ବିହଙ୍ଗ ଦର୍ଶନ) ଓ ପ୍ରକୃତି ଚିତ୍ର ଉତୋଳନ (ନେଚର ଫଟୋଗ୍ରାଫି) ଅଧିବେଶନ ଆୟୋଜନ କରାଯାଇଥିଲା
ଜଳ ସଂରକ୍ଷଣ ପ୍ରତି କଂପାନିର ପ୍ରତିବଦ୍ଧତା ବିଷୟରେ ବେଦାନ୍ତ ଝାରସୁଗୁଡ଼ାର ସିଇଓ ଶ୍ରୀ ସୁନିଲ ଗୁପ୍ତା କହିଛନ୍ତି ଯେ, “ବେଦାନ୍ତ ଝାରସୁଗୁଡ଼ାରେ ଆମେ ବିଶ୍ୱାସ ରହିଛି ଯେ ଆମର ବ୍ୟବସାୟ ଅଭିବୃଦ୍ଧି ସହ ପରିବେଶ ନିରନ୍ତରତା ସହ ଏକସଙ୍ଗେ ଆଗକୁ ବଢ଼ୁଛୁ ଏବଂ ଦାୟିତ୍ୱବାନ ଜଳ ପରିଚାଳନା ଉପରେ ଏକ ନିରନ୍ତର ଭବିଷ୍ୟତ ନିର୍ଭରଶୀଳ । ଆମର ଲକ୍ଷ୍ୟ ହେଉଛି ଜଳର ପୁନଃବ୍ୟବହାର ବଢ଼ାଇବା, ଶୁଦ୍ଧଜଳ ବ୍ୟବହାର କମ୍ କରିବା ଏବଂ ଗୋଷ୍ଠୀ ଜଳ ଭିତିଭୂମିକୁ ସୁଦୃଢ଼ କରିବା । ଆମେ ବିଶ୍ୱ ଜଳ ଦିବସ ପାଳନ କରୁଥଇବା ବେଳେ ନେଟ୍ ୱାଟର ପଜିଟିଭ୍ ହେବା ଏବଂ ସ୍ଥାନୀୟ ଗୋଷ୍ଠୀ ଓ ଜୈବ ବିବିଧତା ପାଇଁ ଅଧିକ ଜଳ ଉପଲବ୍ଧ କରାଇବା, ସକାରାତ୍ମକ ପରିବେଶ ଉପସ୍ଥିତି ଓ ଇଏସ୍ଜିରେ ଉର୍କ୍ରର୍ଷ ପାଇ ଆମର ରହିଥିବା ମିସନ୍ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଉଛି ।’’
ଏକ ସକାରାତ୍ମକ ଜଳ ଉପସ୍ଥିତି (ୱାଟର ଫୁଟ୍ପ୍ରିଂଟ୍) ସୃଷ୍ଟି କରିବାକୁ ନିଶ୍ଚିତ କରିବା ଲାଗି ନିଜ କାର୍ଯ୍ୟ କ୍ଷେତ୍ର ଓ ଗୋଷ୍ଠୀରେ ବେଦାନ୍ତ ଆଲୁମିନିୟମ ଅନେକ ପଦକ୍ଷେପ ଗ୍ରହଣ କରିଛି, ଯେଉଁଥିରେ ସାମିଲ ରହିଛି:
ସ୍ଥାନୀୟ ଗୋଷ୍ଠୀ ସହ କାର୍ଯ୍ୟ କରିବା:
• କୃଷି କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମର ନିରନ୍ତର ଜୀବିକା ପ୍ରକଳ୍ପ ଜୀବିକା ସମୃଦ୍ଧି ଜରିଆରେ ଚାଷ ପାଇଁ ମୌସୁମୀ ଉପରେ ନିର୍ଭରଶୀଳତା କମ୍ କରିବ ଏବଂ ଜଳସେଚନରେ ଉନ୍ନତି ଆଣି ବୁନ୍ଦା ଜଳସେଚନ, ଟ୍ରିଡିଲ୍ ପମ୍ପ୍, ସୌର ଶକ୍ତି ଚାଳିକ ପାଣି ପମ୍ପ୍, ପରକୋଲେସନ୍ ଟାଙ୍କି ଭଳି ବର୍ଷା ଜଳ ଅମଳ ଢାଂଚା ଭଳି ଉନ୍ନତ କୃଷି ପଦ୍ଧତିକୁ ଗ୍ରହଣ କରି ସାରା ଝାରସୁଗୁଡ଼ାରେ କଂପାନି ଚାଷୀ ସମାଜକୁ ସାହାର୍ଯ୍ୟ କରୁଛି ।
• ପରିବାରଗୁଡ଼ିକ ପାଖରେ ପାଣି ପହଂଚାଇବା ଓ ଜଳସେଚନ ଲାଗି ୨୨୬ ଏକର ଜମିକୁ ପ୍ରାୟ ୫୨୫୦ କୁ୍ୟବିକ୍ ମିଟର ଜଳ ସଂରକ୍ଷଣ କ୍ଷମତା ସହ ଚାଷୀ ସମାଜକୁ ସାହାଯ୍ୟ କରିବା ପାଇଁ ଲଘୁ ନଦୀ ଉଠା ଜଳସେଚନ ପଏଂଟ୍ (ଏମ୍ଏଲ୍ଆର୍ପି), ବୁନ୍ଦା ଜଳସେଚନ, ଉଠା ଜଳସେଚନ (ଏଲ୍ଆଇ) ପଏଂଟ୍/ ସିଆର୍ଏଲ୍ପି (ଗୋଷ୍ଠୀ ନଦୀ ଉଠା ଜଳସେଚନ ପଏଂଟ୍) ଏବଂ ସୌର ଶକ୍ତି ଜଳସେଚନ ପଏଂଟ୍ ଭଳି ଗୋଷ୍ଠୀ ଜଳ ଭିତିଭୂମି ପ୍ରକଳ୍ପ ନିର୍ମାଣ ।
• ଓଡ଼ିଶାର ଝାରସୁଗୁଡ଼ା କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଂଚଳରେ ୧୯ରୁ ଅଧିକ ଗୋଷ୍ଠୀ ଜଳାଶୟର ପୁନରୁଦ୍ଧାର ଓ ଉନ୍ନତୀକରଣ ।
କାର୍ଯ୍ୟକ୍ଷେତ୍ରରେ ଜଳ ପରିଚାଳନା ଉଦ୍ୟମ:
• ଇଟଂରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ଜରିଆରେ ସ୍ୱୟଂକ୍ରୟ ଜଳ ପରିଚାଳନା ।
• କଠୋର ନିୟନ୍ତ୍ରଣ ପଦକ୍ଷେପ ଓ ପ୍ରଯୁକ୍ତି ଗ୍ରହଣ କରି କାର୍ଯ୍ୟକ୍ଷେତ୍ରରେ ଜିରୋ ଡିସ୍ଚାର୍ଜକୁ ନିଶ୍ଚିତ କରିବା
• ନେଟ୍ ଜିରୋ ହେବା ପାଇଁ ବେଦାନ୍ତ ଆଲୁମିନିୟମ୍ ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ନିରନ୍ତରତା ସମାଧାନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଟିୟୁଭି ଏସ୍ୟୁଡି ସହ ସହଯୋଗିତା
• ବର୍ଷାଜଳ ଅମଳ ଭିତିଭୂମି ସୃଷ୍ଟି ଓ ଜରୁରୀକାଳୀନ ସମୟ ଲାଗି ଜଳ ସଂଗ୍ରହ କରିବା ନିମନ୍ତେ କାର୍ଯ୍ୟକ୍ଷେତ୍ର୍ରେ ଜଳାଶୟ
ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ୍ ଉତ୍ପାଦନ କରିଛି ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ ୨.୨୭ ନିୟୁତ ଟନ୍ । ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏହା ହେଉଛି ଅଗ୍ରଣୀ ଯାହାକୁ ବିଭିନ୍ନ ମୌଳିକ ଶିଳ୍ପରେ ବ୍ୟବହାର କରାଯାଉଛି । ଆଲୁମିନିୟମ୍ ଶିଳ୍ପ ପାଇଁ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ)ର ବିଶ୍ୱ ର୍ୟାଙ୍କିଙ୍ଗ୍ରେ ବେଦାନ୍ତ ଦ୍ୱିତୀୟ ରାଙ୍କରେ ରହିଛି ଯାହା ଏହାର ଦୀର୍ଘସ୍ଥାୟୀ ବିକାଶ ପଦ୍ଧତିର ଏକ ପ୍ରତିଫଳନ । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ବିଶୋଧନାଗାର ଓ ପାୱାର ପ୍ଲାଂଟ୍ ସହ ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ବଢାଇବା ଲାଗି ରହିଥିବା ମିସନ୍କୁ କଂପାନି ପୂରଣ କରୁଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post