ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ

0 2

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ “ପ୍ରଗତି” ମହିଳା ଅନୁଷ୍ଠାନ ଆନୁକୁଲ୍ୟରେ ପଖାଳ ଦିବସ ପାଳନ ଅବସରରେ ୟୁ ଟେକ୍ ର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଲୋକନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ସଭା , କର୍ମଶାଳା , ପ୍ରତିଯୋଗିତା ଏବଂ ପଖାଳ ବ୍ୟଞ୍ଜନ ବ୍ୟବସ୍ଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ହରିମୋହନ ପଟ୍ଟନାୟକ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଉପଜିଲ୍ଲା କାରାଗାର ଅଧ୍ୟକ୍ଷ ହନୁ ସେଠୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ବିନୋଦିନୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମୋଜୋଜ ପଟ୍ଟନାୟକ ଯୋଗ ଦେଇ ପଖାଳ ଖାଦ୍ୟର ଉପଯୋଗିତା ସମ୍ପର୍କରେ କହିଥିଲେ। ଆଜି ଏହି ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆଣିପାରିଛି ବୋଲି କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଁକାର ଧ୍ଵନି ହୁଳହୁଳି ମାଧ୍ୟମରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପଣ୍ଡିତ ନରସିଂହ ଗୌଡ଼ଙ୍କ ଭିତ୍ତି ପ୍ରବନ୍ଧ କବିତା ମଧ୍ୟରେ କରିଥିବା ବେଳେ ସବିତା ପଣ୍ଡିତ ସ୍ୱାଗତ ଭାଷଣ ପରିଚୟ ପ୍ରଦାନ କରିଥିଲେ।
ସମ୍ପାଦିକା ତନୁଜା ଶତପଥୀ ସଂପାଦକୀୟ ପ୍ରାକ୍ ଭାଷଣ ଦେଇଥିଲେ।
ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ମାନସୀ ପଣ୍ଡା , ଶରତ , ସୌମ୍ୟ ଆଚାର୍ଯ୍ୟ , ଡାକ୍ତର ମୁର୍ମୁ , ଗରୁଡଧ୍ଵଜ ଚୌଧୁରୀ , ଭାଗବତ ପାଢ଼ୀ , ତ୍ରିପତି ପ୍ରସାଦ ପଣ୍ଡା , ମୂରଲୀଧର ପରିଚ୍ଛା ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ ଗୃହିଣୀଙ୍କ ପାଇଁ କାଞ୍ଜି ପ୍ରସ୍ତୁତି ପ୍ରତିଯୋଗିତା , ଝିଅ ମାନଙ୍କ ପାଇଁ ପଖାଳ ପ୍ରସ୍ତୁତି ପ୍ରତିଯୋଗିତା ଏବଂ ନବମ , ଦଶମ ଓ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ସ୍ତରରେ “ମୋ ଓଡ଼ିଶା – ମୋ ପଖାଳ କଂସା” ପ୍ରସଙ୍ଗ ଉପରେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ପଖାଳ କଂସା ଦେଇ ପୁରସ୍କୃତ କରିଥିଲେ।
ଶେଷରେ ସମସ୍ତ ଅତିଥିଙ୍କ ସହ ପ୍ରତିଯୋଗୀ , ଅନୁଷ୍ଠାନର କର୍ମୀ ତଥା ନିମନ୍ତ୍ରିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଦହି ପଖାଳ ଭାତ ସାଙ୍ଗକୁ ଶାଗ , ଭଜା , ଆଳୁ ଚକଟା , ପାପଡ ଓ ଆଚାର ପ୍ରଭୃତି ବ୍ୟଞ୍ଜନ କରାଯାଇଥିଲା।

Leave A Reply

Your email address will not be published.