“ଶିଶୁଙ୍କ ପାଇଁ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

ଭୁବନେଶ୍ୱର : ଭୁବନେଶ୍ଵର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ(ସର୍କିଟ୍ ହାଉସ) ଠାରେ” ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଖୋର୍ଦ୍ଧା ଶ୍ରୀମତୀ ପୁଷ୍ପାଞ୍ଜଳୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶ , ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍, ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଦୀପ ରାଉତ, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍ , ଖୋର୍ଦ୍ଧାର ଅଧ୍ୟକ୍ଷ ନିରୂପମା ମଲ୍ଲିକ , ସ୍ଵାତୀ ତନୟା ମିଶ୍ର ଏବଂ ସମସ୍ତ ସିଡିପିଓ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ମେଡିକାଲ ଅଧିକାରୀ,ଏ.ଏଲ୍.ଓ.ପ୍ରଭାକର ବିଶ୍ଵାଳ ଏବଂ ଚାଇଲ୍ଡ ଲାଇନର ସଦସ୍ୟା ପ୍ରମୁଖ ଅଂଶଗ୍ରହଣ କରି ଶିଶୁ ଅଧିକାର, ଶିଶୁ ସୁରକ୍ଷା ତଥା ବାଲ୍ୟ ବିବାହକୁ ଜିଲ୍ଲାରେ ନାଁ,ଶିଶୁ ଶ୍ରମିକ, ଶିଶୁ ଭିକ୍ଷାବୃତ୍ତି, ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି ଉପରେ ଆଲୋଚନା କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏଲ୍.ପି.ଓ ସୌମେନ୍ଦ୍ର ନାୟକ, ରଞ୍ଜନ କୁମାର ଗୋଚ୍ଛାୟତ ଏବଂ ଅନୁପ କୁମାର ବେହେରା ପ୍ରମୁଖ ପରିଚାଳନ।ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.