ନୟାଗଡ଼,ଲକ୍ଷ୍ମୀଧର ସାହୁ: ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟାପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥ୍ ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନୟାଗଡ଼ ଖେଳପଡ଼ିଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି । ଓଡ଼ିଶା ଦିବସ ପାଳନ ଅବସରରେ ପ୍ରତିଯୋଗୀତା ଆୟୋଜନ କରାଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ଦିନ ସକାଳୁ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ସଂନ୍ଧ୍ୟାରେ ସଭା ଆୟୋଜନ ହେବ ବୋଲି ସୂଚନା ମିଳିଛି । ଉକ୍ତ ଦିନ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଭାବେ ନୟାଗଡ଼ ପ୍ରତିଷ୍ଠା ଦିବସ ଅବସରରେ ସଭା ଓ ସାଂସ୍କୃତିକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଭାବେ ନୟାଗଡ଼ ପ୍ରତିଷ୍ଠା ଦିବସ ଅବସରରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ହୋଇଛି । ଦୁଇ ଦିନ ନୟାଗଡ଼ ସହରରେ ଅବସ୍ଥିତ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟସ, ପ୍ରତ୍ୟେକ ଘରକୁ ଲିଚୁ ମାଳରେ ସଜାଇବା ପାଇଁ ବିଧାୟକ ଆହ୍ବାନ ଦେଇଛନ୍ତି । ଯେଉଁ ସରକାରୀ କାର୍ଯ୍ୟାଳୟ ଓ ସରକାରୀ କ୍ବାର୍ଟସକୁ ଆଲୋକମାଳାରେ ସଜା ଯିବା ନାହିଁ, ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା ହୋଇଛି । ନୟାଗଡ଼ ପୌର ପରିଷଦ ଦ୍ବାରା ଲୋକଙ୍କୁ ଏଥିପାଇଁ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି । ଦୀପାବଳୀ ଭଳି ଉକ୍ତ ଦୁଇ ଦିନ ପ୍ରତ୍ୟେକ ଘରକୁ ଆଲୋକମାଳାରେ ସଜାଇବାକୁ କୁହାଯାଇଛି । ଏହା ବାଦ ନୟାଗଡ଼ ପ୍ରତିଷ୍ଠା ଦିବସ ଦିନ ଖେଳ ପଡ଼ିଆରେ ପ୍ରତ୍ୟେକ ସଂଗଠନ, ପ୍ରତ୍ୟେକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ କେକ୍ କାଟି ଜିଲ୍ଲା ପ୍ରତିଷ୍ଠା ଦିବସକୁ ଉତ୍ସବ ମୁଖର କରନ୍ତୁ ବୋଲି ବିଧାୟକ ଆହ୍ବାନ ଦେଇଛନ୍ତି । ଏହି ବୈଠକରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବିଭିନ୍ନ ବିଭଗର ଅଧିକାରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post