ମେଲଛାମୁଣ୍ଡା,୧୮/୩(ମନୋଜ ଭୋଇ)- ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ପଲସାପାଲିସ୍ଥିତ ରାଜୀବ ଭବନ ପରିସରରେ ବ୍ଳକ ସଭାପତୀ କେଶବ ଜାଲଙ୍କ ସଭାପତୀତ୍ୱରେ ପଲସାପାଲି ପଂଚାୟତ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହେବା ସହ ପଂଚାୟତ ସ୍ତରୀୟ ନୂତନ କମିଟି ଗଠନ ହୋଇଯାଇଛି । ସର୍ବସମ୍ମତୀକ୍ରମେ ପ୍ରହଲ୍ଳାଦ ଛତର ସଭାପତୀ, ରାଜୁ ଖୁଟୁଲା ସଂପାଦକ, ଗିରିଧାରୀ ବାଗ ସୂଚନା ପ୍ରମୁଖ ଭାବେ ମନୋନୀତ ହୋଇଥିବା ବେଳେ ଗ୍ରନ୍ଥ ମହାକୁର, କଁଏରୁ ଭୁଏ, ଯୁଧିଷ୍ଠିର ଥପା ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ଏକ୍ତ ବୈଠକରେ ବ୍ଳକ କମିଟି କୋଷାଧ୍ୟକ୍ଷ ଯୁବ ଯାଦବ ସଭାପତୀ ଓମପ୍ରକାଶ ଭୋଇ, ଉପସଭାପତୀ ଶ୍ରୀନିବାସ ବାଗ, ଆଇନ ପରାମର୍ଶ ଦାତା ମନୋଜ ଭୋଇ, ପ୍ରଚାର ପ୍ରମୁଖ ମକରଧ୍ୱଜ ବଗାର, ଉପଖଣ୍ଡ ସଦସ୍ୟ ଫଗୁନୁ ବାଗ, ଲକ୍ଷଣ ଯୁଆଡି ଏବଂ ସମସ୍ତ ପଂଚାୟତର ସଭାପତୀ ଉପସ୍ଥିତ ଥିଲେ । କମିଟୀ ଗଠନ ପରେ ସମାଜକୁ ଶିକ୍ଷା ଏବଂ ସଂସ୍କାରର ମୁଖ୍ୟ ସ୍ରୋତରେ ସାମିଲ ଉପରେ ଆଲୋଚନା ହେବା ସହ ଯୁବ ଓ ମହିଳା ସଂଗଠନକୁ ଗ୍ରାମ ସ୍ତରରେ ସୁଦୃଢ କରିବା ପାଇଁ ଉପସ୍ଥିତ ବରିଷ୍ଠ କର୍ମକର୍ତାମାନେ ବକ୍ତବ୍ୟ ରଖିଥିଲେ । ଶେଷରେ ପୂର୍ବତନ ସଭାପତୀ ତୁଲାରାମ ପାଣ୍ଢେ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.