ନୟାଗଡ଼,୧୦/୩: ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ତିନି ଦଫା ଦାବି ନେଇ ଆଜି ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା।ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହାର ପ୍ରତିବାଦରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ୩୫୦ରୁ ଉର୍ଦ୍ଧ୍ବ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକମାନେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା କରିବା ସହିତ ସରକାରଙ୍କ ଶିକ୍ଷକ ମାରଣ ନୀତିର ତୀବ୍ର ବିରୋଧ କରିଥିଲେ। ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହା ପରେ ଯଦି ସରକାର ଶିକ୍ଷକ ମାନଙ୍କ ଦାବି ନଶୁଣନ୍ତି ତେବେ ବାଧ୍ୟ ହୋଇ ଚଳିତ ମାସ ୧୫ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ସହିତ ରାଜ୍ୟସ୍ତରରେ ହେବାକୁ ଥିବା ଦୁର୍ବାର ଶିକ୍ଷକ ଆନ୍ଦୋଳନରେ ସାମିଲ ହେବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଆଜିର ଏହି ଘେରାଉ ଏବଂ ପ୍ରତିବାଦ ସଭାରେ ସଭାପତି ପୀତବାସ ପ୍ରଧାନ,ସମ୍ପାଦକ ସୁରେଶ ସେଠୀ,ଲକ୍ଷ୍ମୀଧର ସାହୁ, ପ୍ରଣତି ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଚିତ୍ତ ରଂଜନ ଦାଶ, ମନ୍ମଥ କିଶୋର ନାୟକ,ସଂଗ୍ରାମ ସାହୁ, ପ୍ରଦୀପ ସାହୁ, ଅଶୋକ ମଲ୍ଲ, ବିଶ୍ୱନାଥ ସାହୁ, ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post