ନୟାଗଡ଼,୧୦/୩:ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁକ୍ତା ଯୋଜନା ଉପଦେଷ୍ଟା ଇପସିତା ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରି ପଦକ୍ଷେପ ପାଇଁ ବହୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଲାଭବାନ ହୋଇ ପାରୁଥିବା ବିଧାୟକ କହିଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏକ ବଡ ଯୋଜନା। ଯାହା ଦ୍ଵାରା ବହୁ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଲାଭବାନ ହୋଇ ପାରୁଥିବା ବିଧାୟକ କହିଥିଲେ। ପ୍ରତ୍ୟେକ ବର୍ଗର ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବା ଦ୍ଵାରା ସେମାନଙ୍କ ଜୀବନର ମାନବୃଦ୍ଧି ଘଟିଛି। ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଲୋକପ୍ରିୟ ଯୋଜନା ବୋଲି ବିଧାୟକ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୯୯ ଜଣଙ୍କୁ ୧ କୋଟି ୬୯ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ୧୦୦ ଜଣ ନିର୍ମାଣ ଶ୍ରମିକ ଓ ୧୦୦ ଜଣ ଅଣ ସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ୬୯ ଜଣଙ୍କୁ ୧ କୋଟି ୩୩ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ ୬୩ ଜଣଙ୍କୁ ୩ ଲକ୍ଷ ୧୫ ହାଜର ଅନ୍ତିମ ସଂସ୍କାର ସହାୟତା, ୬୦ ଜଣଙ୍କୁ ୨୬ ଲକ୍ଷ ୭୫ ହଜାର ବିବାହ ସହାୟତା, ଜଣଙ୍କୁ ୧୦ ହଜାର ଟଙ୍କାର ପ୍ରସୂତି ସହାୟତା, ୬ ଜଣ ଅଣ ସଂଗଠିତ ଶ୍ରମିକଙ୍କୁ ୬ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମ ବିଭାଗ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post