ଅଗ୍ନିବିପନ୍ନ ଙ୍କୁ ସହାୟତା ର ହାତ ବଢ଼ାଇଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

0 3

 (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) –  ସବୁବେଳେ ସବୁ ସମୟରେ ଯେତେ କାର୍ଯ୍ୟ ରହିଲେ ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଜନସାଧାରଣ ମାନଙ୍କ ପାଇଁ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି ସୁଚିନ୍ତକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ର ବିକାଶର କର୍ଣ୍ଣଧାର ବିରୋଧୀମାନଙ୍କ ସହ ଲଢେଇ କରି ଜନସାଧାରଣ ଙ୍କ ପ୍ରିୟ ପାତ୍ର ହୋଇ ପାଞ୍ଚ ପାଞ୍ଚ ଥର ବିଜୟର ଟୀକା ପିନ୍ଧି ଆସୁଥିବା ସରଳ ହୃଦୟବାଦୀ ବିଧାୟକ ପ୍ରତାପ ଜେନା l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଗମନାଗମନ ବିକାଶ, ପାନୀୟଜଳ ବିକାଶ, ଆଲୋକୀକରଣ ର ସୁବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତମାନର ପଦକ୍ଷେପ ଆଦି ବହୁ ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁ ଗୌରବାନ୍ୱିତ କରିପାରିଛନ୍ତି ବିଧାୟକ ଶ୍ରୀ ଜେନା l ସେହିପରି ଭାବେ ଏକ ଦୁଖଃଦ ଘଟଣା ଘଟିଥିଲା  ନିଶ୍ଚିନ୍ତକୋଇଲି ବ୍ଲକ  ସୁକରପଡ଼ା ଗ୍ରାମ ପଞ୍ଚାୟତ ହଳଧରପୁର ଗ୍ରାମରେ l ଏହି ଗ୍ରାମର ଉମାକାନ୍ତ ଦାସଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯିବା ଫଳରେ 2 ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମିଭୂତ ହୋଇଯାଇଥିଲା l ଏହି ଘଟଣା ପ୍ରଚାର ପ୍ରସାର ହେଲା ପରେ ବିଧାୟକ ପ୍ରତାପ ଜେନା ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ସୁକରପଡା ସରପଞ୍ଚ ମନୋଜ କୁମାର ମଲ୍ଲିକ ଙ୍କୁ ଅଗ୍ନିବିପନ୍ନ ପରିବାର ଙ୍କ ନିକଟକୁ ପଠାଇବା ସହିତ ଶୁଖିଲା ଖାଦ୍ୟ, ରାସନ୍ ସାମଗ୍ରି, ଆର୍ଥିକ ସହାୟତା ଓ ତାର୍ପୋଲିନ ପାଲ ପ୍ରଦାନ କରିଥିଲେ l କଥାରେ ଅଛି ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ l ବିଧାୟକ ଶ୍ରୀ ଜେନା ଙ୍କ ଏଭଳି ପଦକ୍ଷେପ ପାଇଁ ଅଗ୍ନିବିପନ୍ନ ଉମାକାନ୍ତ ଦାସ ଙ୍କ ପରିବାର ତରଫରୁ ବିଧାୟକ ଶ୍ରୀ ଜେନା ଙ୍କୁ ସାଧୁବାଦ ଜଣାଇଛନ୍ତି l

Leave A Reply

Your email address will not be published.