୨୦କୋଟି ଅର୍ଥ ଲାଗି ପାଲା ଚାଲିଛି: ବାପା ସମ୍ପତ୍ତି ପାଲଟିଛି ଆଇଆଇପିଏମ, ନିର୍ଦ୍ଦେଶକଙ୍କ ମନମାନୀ 

0

ସରକାର ଗାଲେଇଯାଇଛନ୍ତି :ଛାତ୍ରଛାତ୍ରୀ ଥମିବା ନା ଧରୁନି  

ରାଉରକେଲା,- କାଂଶବାହାଲ ଠାରେ ଥିବା ଆଇ ଆଇପିଏମ ଶିକ୍ଷାନୁଷ୍ଠାନରେ ଲାଗିରହିଥିବା ଛାତ୍ର ଅଶାନ୍ତି ନୁଆ ମୋଡ ନେଇଛି । ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିବା ପରିବର୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଠାଇଲେ, ସେ ଦେଇଥିବା ପ୍ରତିଶୃତି ପୁରଣ ହେବା ପରିବର୍ତେ ୫ଜଣ ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଲାଗି ଷଡଯନ୍ତ୍ର ହେବାରୁ ଛାତ୍ର ଛାତ୍ରୀ ମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏଠରେ ଉଲ୍ଲେଖ ଯୋଗ୍ୟ ଏହି ଶିକ୍ଷାନୁନୁଷ୍ଠାନରେ ଥିବା ଡାଇରେକ୍ଟର ପିଲାମାନଙ୍କୁ ନାନା ଧମକ ଚମକ ଦେବା ସହ ବାହାର କରିଦେବାକୁ ଡରାଉଥିବା ଅଭିଯୋଗ ହେବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ତାଙ୍କୁ ତୁରନ୍ତ ସେଠାରୁ ବାହାର କରିବା ଲାଗି ପିଲା ମାନେ ଦାବି ରଖି ଆନେ୍ଦାଳନକୁ ଓହ୍ଲାଇଥିଲେ ।ଗତକାଲି ରାତି ପ୍ରାୟ ୮ଟାଯାଏ ରାସ୍ତାରୋକ ହେବାରୁ ସମସ୍ୟା ବଢିଥିଲା ଫଳରେ ଏଡିଏମ ସୁନ୍ଦରଗଡ ସେଠାରେ ପହଁଚି ପିଲାଙ୍କୁ ବୁଝାଇ କାଲି ଶୁଦ୍ଧା କିଛି କରାଯିବ ବୋଲି କହି ଆସିଥିଲେ । ହେଲେ ପିଲାଙ୍କ କଥା ପୁରଣ ହେବା ଦୁରର କଥା ଡାଇରେକ୍ଟରଙ୍କ ଚିଠି ଉପରେ ଜିଲ୍ଲାପାଳ ଏସପିଙ୍କୁ ୫ପିଲାଙ୍କ ବିରୋଧରେ ପଦକ୍ଷେପନେବା ଲାଗି ଚିଠି ଦେବାରୁ କଥା ଭିନ୍ନ ମୋଡ ନେଇଛି ।ଏଠାରେ ବିଧାୟକ ମଙ୍ଗଳା କିଶାନ ମୁଖ୍ୟ ଥିବାରୁ ପ୍ରଶାସନ ଏକଚାଟିଆହେଉଛି ବୋଲି ଜୁଏଲଙ୍କ ପ୍ରତିନିଧି ଅଭିଯୋଗ କରିବା ସହ ସେଠାରେ ଥିବା ୨୦କୋଟି ଅର୍ଥ ଲାଗି ଏସବୁ ପାଲା ଚାଲିଛି ବୋଲି ମଧ୍ୟ ସେ ମତ ଦେଇଛନ୍ତି । 

Leave A Reply

Your email address will not be published.