୬ ଦିନ ଧରି ଚାଲିଥିବା “ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

0 3

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦଯାପିତ। ଉଦଯାପନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ୩୦ ଜଣରୁ ଉର୍ଦ୍ଧ୍ବ କୁନିକୁନି ପିଲାମାନେ ଅଂଶ ଗ୍ରହଣ କରିଥିଲେ।
କୃଷ୍ଣ ବେଶ ପ୍ରତିଯୋଗିତାରେ ଜାଗୃତି ସାହୁ ପ୍ରଥମ , ଅନନ୍ୟା ପ୍ରଧାନ ଦ୍ବିତୀୟ ଓ ଶ୍ରୀୟାଂଶୁ ମୋହନ ସେନାପତି ତୃତୀୟ ହୋଇଥିବା ବେଳେ ରାଧା ବେଶରେ ସଲୋନୀ ପଣ୍ଡା ପ୍ରଥମ , ନିଲୋମ ପ୍ରିୟଦର୍ଶିନୀ ଦ୍ବିତୀୟ ଓ ଆରାଧ୍ୟା ପାଢ଼ୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ରାଧାକୃଷ୍ଣ ପ୍ରତିଯୋଗିତାରେ ସୁଶ୍ରୀ ଡି. ପ୍ରିୟଙ୍କା ଓ ଅରୁପାଞ୍ଜଳୀ ମହାନ୍ତି ବିଚାରକ ଭାବେ ରହିଥିଲେ।
ଦୋଳ ଉତ୍ସବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଭାରତ ଭୂଷଣ ମହାନ୍ତି , ମଙ୍ଗଳା ପଟ୍ଟନାୟକ , କୃଷ୍ଣଚନ୍ଦ୍ର ପଣ୍ଡା , ଦେବେନ୍ଦ୍ର ମିଶ୍ର , ଭାଗବତ ପାଢ଼ୀ , ସମ୍ପାଦନା ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ପ୍ରିୟାନ୍ସି ମହାପାତ୍ର କେସିଓ ବଜାଇ ବିଭିନ୍ନ ପ୍ରକାର ସଙ୍ଗୀତ ଗାନ କରି ନିଜ କଳା ପ୍ରଦର୍ଶନ କରିଥିଲେ। ପରେ
ଅରୁପାଞ୍ଜଳୀ ମହାନ୍ତିଙ୍କ ସଂଯୋଜନାରେ ପାରଳାର ଅଗ୍ରଣୀ ଓଡିଶୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଓଡିଶୀ , ସମ୍ବଲପୁରୀ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.