ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠରେ ପବିତ୍ର ଅଁଳା ନବମୀ ଉପଲକ୍ଷେ ଅନନ୍ତ ମୁଖୀ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ତିନୋଟି ଦଳ ବିଭକ୍ତ ହୋଇ ପ୍ରତ୍ୟେକେ ଯଥାକ୍ରମେ ଅନନ୍ତମୁଖୀ ଭାଗବତ , ରାଧାକୃଷ୍ଣ କଟାକ୍ଷ ସ୍ତୋତ୍ର ଗାନ ଏବଂ ମହାମନ୍ତ୍ର ଗାନ କରିଥିଲେ। ଅତି ଶୃଙ୍ଖଳାର ସହ ପୁରୁଷ ଓ ମହିଳା ଭକ୍ତଗଣ ପରିବେଶକୁ ଆଧ୍ଯାତ୍ମିକ ବାତାବରଣରେ ପରିପୂର୍ଣ୍ଣ କରିଥିଲେ। ଏହାକୁ ବାବା ପ୍ରାଣଗୌରାଙ୍ଗ ଦାସ , ଗୋପାଳକୃଷ୍ଣ ପଟ୍ଟନାୟକ , ନିର୍ମଳ ପାଢୀ , ବେଣୁଗୋପାଳ ପାଢୀ ତଥା ଅନ୍ୟାନ୍ୟ ଭକ୍ତବୃନ୍ଦ ସହଯୋଗ କରିଥିଲେ।
ପବିତ୍ର କାର୍ତ୍ତିକ ମାସରେ ଉକ୍ତ ମଠର ପରିଚାଳକ ବାବା ପ୍ରାଣଗୌରାଙ୍ଗ ଦାସଙ୍କ ପରିଚାଳନାରେ ଭୋରରୁ ପ୍ରଭାତ ଆରତୀ , କୁଞ୍ଜଭଙ୍ଗ ଗାନ ଏବଂ ସନ୍ଧ୍ଯା ସମୟରେ ଆକାଶବତୀ ଏବଂ ଆରତୀ ଦର୍ଶନ ରେ ହଜାରରୁ ଉର୍ଦ୍ଧ୍ବ ଭକ୍ତ ସମାଗମରେ ଏକ ଶାନ୍ତ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରିଛି।
Sign in
Sign in
Recover your password.
A password will be e-mailed to you.