“ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ “ଆନ୍ତର୍ଜାତିକ ମହିଳା ଦିବସ”ହୋଲି ଉତ୍ସବ ପାଳନ

0 3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ. ଟେକ୍. କମ୍ପ୍ୟୁଟର ସେଣ୍ଟର୍ ପରିସରରେ “ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ “ଆନ୍ତର୍ଜାତିକ ମହିଳା ଦିବସ”ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ , ମୁଖ୍ୟବକ୍ତା ସୁଶ୍ରୀ ସୌମ୍ୟା ଗୌଡ଼ (ଡିପିଏମ୍) ଗଜପତି , ସଭାନେତ୍ରୀ ଡି. ପ୍ରିୟଙ୍କା , କାର୍ଯ୍ୟକାରିଣୀ ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଭାଗବତ ପାଢୀ , ସଂଯୋଜକ ଲୋକନାଥ ମିଶ୍ର ମଞ୍ଚାସୀନ ରହି ନାରୀଙ୍କ ଉନ୍ନତି ଦେଶ ଜାତିର ଉନ୍ନତି , ଆଜିର ବିକାଶ ମୁଖୀ ଯୁଗରେ ମଧ୍ୟ ନାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ବୋଲି ବକ୍ତବ୍ୟ ଛଳରେ ଅତିଥିମାନେ କହିଥିଲେ।
ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିବା ବେଳେ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଓଡ଼ିଆ ତର୍କ , ଓଡ଼ିଆ ନିବନ୍ଧ , ନୃତ୍ୟ , ସାଲାଡ଼ ପ୍ରସ୍ତୁତି , ମୁଢ଼ି ମିକ୍ଚର ପ୍ରଭୃତିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଛାତ୍ର , ଛାତ୍ରୀ , ଗୃହିଣୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଏସ୍. ଲକ୍ଷ୍ମୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ଶରତ ପ୍ରଧାନ , ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବର୍ଷା ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.