ମାଲଡିହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା ବର୍ଷା ସିଂ ବରିହା

8

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ପାଇକମାଳ ବ୍ଲକ ଚର୍ଦାପାଲି ପଞ୍ଚାୟତ ଅନ୍ତର୍ଗତ ମାଲଡିହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ।

ଆରଡି ରୋଡ୍‌ଠାରୁ ମାଲଡିହି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପାଇଁ ୩ କୋଟି ୬୫ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ରାସ୍ତା ନିର୍ମାଣ ଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ହେବା ସହ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ ପାଇଛି।

ଏହି ଅବସରରେ ବ୍ଲକ ବିଜେଡି ସଭାପତି ବିଜୁ ସ୍ୱାଇଁ, ବରିଷ୍ଠ ନେତା ହୃଦାନନ୍ଦ ବାରିକ, ଯୁବ ସଭାପତି ଗୌତମ ସିଂ, ଜିଲ୍ଲା ବିଜେଡି ଉପସଭାପତି ଟାଇଲ ଚନ୍ଦ୍ର ଭୋଇ, ସରପଞ୍ଚ ଉପାସି ନାୟକ, ସମିତି ସଭ୍ୟ ଅଶୋକ ପଧାନ, ପଞ୍ଚାୟତ ସଭାପତି ଗିରିଧାରୀ ବରିହା, ବରିଷ୍ଠ ନେତା ଗଣେଶ ରାମ ନାୟକ, ନାରାୟଣ ଭୁଏ, ବଳରାମ ବେହେରା ଓ ପୂର୍ବତନ ସରପଞ୍ଚ ଗିରିଶ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.