ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ ଦିନରେ ଅର୍ଥାତ ଦୋଳ ପୂର୍ଣ୍ଣିମା ଦିନ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ , କେଉଟ ସାହିର ଶ୍ରୀ ବାଲାଜୀ ଠାକୁର , ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ , ରାଜୁଗୁରୁ ସାହିର ରସିକରାଜ ଠାକୁର , କରଣ ସାହିର ( ଭୂଷଣ ମଠ)ରୁ ଶ୍ୟାମସୁନ୍ଦର ଠାକୁର , ଚିତ୍ରକାର ସାହିର ରାଜଗୁରୁ ମଠରୁ ପ୍ରଭୁ ରାଧାଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିରାଟ ପଟୁଆରରେ , ଘଣ୍ଟ , ତାଳ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ , ବାଜା ବଜାଇ ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳ ମଣ୍ଡପକୁ ଅଣାଯାଇଥିଲା। ପାରଳାଖେମୁଣ୍ଡି ରାଜକୁୁୁୁମାରୀ କଲ୍ୟାଣୀ ଗଜପତି ଯୋଗଦେଇ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ।
ଦୋଳ ଉତ୍ସବର ପଞ୍ଚମ ସଂଧ୍ୟାରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ମଙ୍ଗଳା ପଟ୍ଟନାୟକ , ମନୋଜ ପଟ୍ଟନାୟକ , ପୂର୍ଣ୍ଣଚନ୍ଦ୍ର ରଥ , ଭାରତ ଭୂଷଣ ମହାନ୍ତି , ଦେବେନ୍ଦ୍ର ମିଶ୍ର , ଭାଗବତ ପାଢ଼ୀ , ସମ୍ପାଦନା ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଚିତ୍ରାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପଞ୍ଚମ ସନ୍ଧ୍ୟାରେ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ସ୍ଥାନୀୟ ଭକ୍ତି ସଂଗୀତ ସଂସଦର କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post