ନୟାଗଡ଼,୮/୩:ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ହୋଯାଇଅଛି। ଅଧ୍ୟକ୍ଷ ଡକ୍ଟର ନାରାୟଣ ସୁରଜିତ ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ର ସଂସଦ ଉପଦେଷ୍ଟା ଭାବେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜକୁ ସମାଜରେ ପ୍ରତି କ୍ଷେତ୍ରରେ ପ୍ରତିପାଦିତ କରିବାକୁ ପ୍ରବାର୍ତ୍ତାଇଥିଲେ। ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଗତ ବର୍ଷର ଶ୍ରେଷ୍ଠ ସ୍ନାତକ ଭାବେ ରାଜନୀତି ବିଜ୍ଞାନ ସମ୍ମାନର ଛାତ୍ରୀ ସୁଶ୍ରୀ ସ୍ମିତାଞ୍ଜଳିଙ୍କୁ ଦୁଇ ହଜାର ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା। ଛାତ୍ର ପ୍ରତିନିଧି ସୋମନାଥ ବରାଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ।
ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନ ଭିନ୍ନ ଉତ୍କର୍ଷତା ପାଇଁ ପୁରସ୍କାର ବିତରଣ କରାଯାଇଥିବା ବେଳେ ମଞ୍ଚ ପରିଚାଳନା ଛାତ୍ରୀ ପ୍ରିୟଙ୍କା, ଅନସୂୟା ଓ ପ୍ରଜ୍ଞା କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିଲେ ଯାହାକୁ ସଂଚାଳନ କରିଥିଲେ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ କରି, ବିଜୟିନୀ ସୁଭଦର୍ଶିନୀ, ଡକ୍ଟର ଜୟରାମ ସିଂ ସାମଲ, ସୁନୀଲ ମଲିକ,ଅପରାଜିତା ମିଶ୍ର ଓ ଅନ୍ୟ କର୍ମଚାରୀ ସହାୟତା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post