ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା

6


ବଲାଙ୍ଗୀର,ତା.୧୭/୧୧/୨୦୨୬
:ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଓଷ୍ଟା),ବଲାଙ୍ଗୀର ଜୋନ୍ ପକ୍ଷରୁ ଭଗବାନ ବିଦ୍ୟା ମନ୍ଦିର,ଖୁଜେନପାଲିଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ସୁରେଶ କୁମାର ଷଢଙ୍ଗୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ସଭାରେ ନବନିର୍ବାଚିତ ଓଷ୍ଟା ରାଜ୍ୟ ସମ୍ପାଦକ ଅନିଲ କୁମାର ସାହୁ ଏବଂ ରାଜ୍ୟ ସହ-ସମ୍ପାଦକ ସୁଶାନ୍ତ କୁମାର ଦାଶଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ସମାଜର ହକ୍ ଓ ସ୍ୱାର୍ଥର ସୁରକ୍ଷା ସହ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ସଂଗଠନର ଭୂମିକାକୁ ଆହୁରି ସୁଦୃଢ଼ କରିବା ନେଇ ଏହି ଅବସରରେ ଆଶା ପ୍ରକାଶ କରାଯାଇଥିଲା।ଅତିଥିମାନଙ୍କୁ ସ୍ୱାଗତ ଜଣାଇ ବଲାଙ୍ଗୀର ବ୍ଲକ ସମ୍ପାଦକ ସଞ୍ଜୟ କୁମାର ତ୍ରିପାଠୀ ଶିକ୍ଷକ ସମାଜ ପ୍ରତି ସେମାନଙ୍କ ଅବଦାନ ଏବଂ ସଂଗଠନ ପ୍ରତି ନିଷ୍ଠାପର କାର୍ଯ୍ୟଧାରାର ଉଚ୍ଚ ପ୍ରଶଂସା କରିଥିଲେ।ଶିକ୍ଷକ ଲଲାଟ କେଶରୀ ପଧାନ ସଭା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଷ୍ଟାର ରାଜ୍ୟ ପ୍ରାକ୍ତନ ଉପସଭାପତି ସୁଧୀର କୁମାର ନାଏକ,ଓଷ୍ଟା ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର,ଜିଲ୍ଲା ଓଷ୍ଟା ଉପସଭାପତି ପ୍ରତିଭା ପାଣିଗ୍ରାହୀଙ୍କ ସମେତ ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ବହୁ ସଂଖ୍ୟକ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯୋଗ ଦେଇଥିଲେ।ସମ୍ବର୍ଦ୍ଧିତ ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷକମାନଙ୍କ ଏକତା, ସଂଗଠନର ସୁଦୃଢ଼ତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କେଦାରନାଥ ସାହୁ ସମସ୍ତ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ସରୋଜ ମାଝୀ,ସଂଯୁଲତା ମିଶ୍ର,ହରେକୃଷ୍ଣ ପୋଢ଼,ତପନ କୁମାର ଗଡ଼ତ୍ୟା,ଗୋବିନ୍ଦ ବଗର୍ତ୍ତୀ, ଇନ୍ଦ୍ରମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.