ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବି

0 3

ନୟାଗଡ଼,୬/୩:ନୟାଗଡ ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନାଙ୍କ ମିଳିତ ଆହ୍ବାନରେ ରବିବାର ସ୍ଥାନୀୟ କେ.ସି.କ୍ଲବଠାରେ ଆଲୋଚନା ସଭା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ ମେଡିକାଲ କଲେଜ ସ୍ଥାପନା ଏବଂନୟାଗଡ କଲେଜକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦାବି ସମ୍ପର୍କରେ ଯଥାରୀତି ଉପସ୍ଥାପନା କରିବା ସହ ସବିଶେଷ ଯୁକ୍ତି ଉପରେ ଆଲୋଚନା କରିଥିଲେ ।ହେମେନ୍ଦ୍ର ସେନାର ପୃଷ୍ଠପୋଷକ ଯୁବରାଜ ଅରଣ୍ୟ କିଶୋର ସିଂ ହମେନ୍ଦ୍ର ସେନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡର ବିକାଶ ଧାରାରେ ହମେନ୍ଦ୍ର ସେନା ପ୍ରମୁଖ ସେନାନୀ ଭାବେ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ।
ସେନା ସଭାପତି ଆଇନଜୀବୀ ସୌମ୍ୟରଞ୍ଜନ ପ୍ରଧାନ,ସମ୍ପାଦକ ଶେଖ ଆହତ, ସେବା ଉତ୍ସବ ସଭାପତି ଶିବରାମ ମହାପାତ୍ର,ଦକ୍ଷ ସଂଗଠକ ନସିର ଅହମ୍ମଦ ପ୍ରମୁଖ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟସମ୍ପର୍କରେ କହିଥିଲେ। ପ୍ରତ୍ୟେକ ପଞ୍ଚାୟତରୁ ଯୋଗଦେଇଥୁବା
ପ୍ରତିନିଧିମାନଙ୍କ ମଧ୍ୟରୁ ବସନ୍ତ ପଟ୍ଟନାୟକ, ବୁଲୁ ରାଉତରାୟ,ପ୍ରହ୍ଲାଦ ବରାଡ, ଅଜୟ ନାୟକ, ନିରଂଜନ ମହାପାତ୍ର, ଦିଲ୍ଲୀପ ବହେରା ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ସମସ୍ତେ ଶପଥ ନେବା ପାଇଁ କହିଥିଲେ। ସାତଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବା ଦାବି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.