ତାଲା ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ ୪ଦୂର୍ବୁତ୍ତ: ସିସିଟିଭିରେ ଭିଜୁଆଲ କଏଦ

0 3

କାମାକ୍ଷାନଗର/ରିତେଶ ବ୍ରହ୍ମା -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ବସଷ୍ଟାଣ୍ଡ ପଛପଟେ ଥିବା ଘରର ତାଲା ଭାଙ୍ଗି ସୁନା ଅଳଙ୍କାର ସମେତ ୮୦ ହଜାର ଟଙ୍କା ଲୁଟିଲେ ୪ଦୂର୍ବୁତ୍ତ।ସିସିଟିଭିରେ ଦୂର୍ବୁତ୍ତଙ୍କ ଭିଜୁଆଲ କଏଦ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।ଘରେ କେହି ନଥିବାର ସୁଯୋଗ ନେଇ ଦୂର୍ବୁତ୍ତ ମାନେ ଚୋରି କରିଥିବା ଜଣାପଡିଛି।ଜିତେନ୍ଦ୍ର ନାୟକ ତାଙ୍କ ଭଣଜାର ବିବାହ ବାଲେଶ୍ବର ହେଉଥି୍ବା ବେଳେ ଘରର ସମସ୍ତ ସଦସ୍ୟ ଘର ତାଲା ପକାଇ ଯୋଗଦେବାକୁ ଯାଇଥିଲେ | ରାତି ପ୍ରାୟ ୧ଟା ସମୟରେ ୪ଜଣ ଦୂର୍ବୁତ୍ତ ଘରର ତାଲା ଭାଙ୍ଗି ଘରେ ପଶିବା ସହ ୩ଟି ଗଡ୍ରେଜରୁ ୮୦ ହଜାର ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି।ସୁନାର କାନଫୁଲ ୩ହଳ,ଶଙ୍ଖା,ନାକଫୁଲ ୬ଟି,ଗୋଟିଏ ଚେନ,ଚୁଡି,କାନ ରିଙ୍ଗ,ପାଉଁଜି ୪ହଳ ଥିଲା।ପଡୋଶି ଲୋକ ସକାଳେ ଉଠିବା ପରେ ଘରର ତାଲା ଭଙ୍ଗା ଯାଇଥିବା ଦେଖି ଜଣାଇବା ପରେ ଘର ଲୋକ ବାଲେଶ୍ବରରୁ ଆସି ପହଞ୍ଚିବା ସହ ପୋଲିସରେ ଅଭିଯୋଗ କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ସିସିଟିଭିକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି।ସହର ମଧ୍ୟରୁ ବାରମ୍ବାର ଚୋରି,ଡକାୟତି ହେଉଥିବା ବେଳେ ପୋଲିସ ଉପରେ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସର କାର୍ଯ୍ୟଶୈଳି ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ସହର ବାସି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ସଂଧ୍ୟା ହେଲେ ଘରର ବାଟ ବନ୍ଦ କରି ରହୁଛନ୍ତି।ପୋଲିସର ପେଟ୍ରୋଲିଙ୍ଗ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Leave A Reply

Your email address will not be published.