ଘର ପାଇଁ ଜିଲ୍ଲାପାଳଙ୍କୁ ଅସହାୟ ମହିଳାଙ୍କ ନିବେଦନ।

0 3

କାମାକ୍ଷାନଗର /ରିତେଶ ବ୍ରହ୍ମା- କାମାକ୍ଷାନଗର ସହର ମଧ୍ୟ ରେ ତୁଳସୀ ଦଳେଇ (ସ୍ବାମୀ – ଗନ୍ଧର୍ବ ଦଳେଇ)ନାମକ ଜଣେ ସ୍ଵାମୀ ପରିତ୍ୟକ୍ତା ମହିଳା ବହୁତ ଦିନ ହେଲା କାମାକ୍ଷାନଗର ରେ ରହି ଆସୁଛନ୍ତି। ସେ ଦିନ ମଜୁରି ଭାବେ କାମ କରନ୍ତି, ପର ଘରେ ବାସନ ମାଜନ୍ତି, ନଡ଼ିଆ ଝାଡୁ କରି ବିକନ୍ତି ସେଥିରେ ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ବହୁତ କଷ୍ଟ ରେ ଚଳିବା ସହ ଘର ନଥିବାରୁ ଭଡ଼ା ଘରେ ରୁହନ୍ତି ଏବଂ, ଘର ଭଡ଼ା ବାବଦ କୁ ମଧ୍ୟ ସେ ଅର୍ଥ ଦେଇଥାନ୍ତି।ତାଙ୍କର ଆଧାର କାର୍ଡ, ରାସନ୍ କାର୍ଡ ରେ ସରକାର ଙ୍କ ଠୁ ୫ କେଜି ଚାଉଳ ପାଉଛନ୍ତି, ଷ୍ଟେଟ ବ୍ୟାଙ୍କ ରେ ଖାତା ମଧ୍ୟ ଅଛି। ସେ ବଞ୍ଚିବାର ଇଛା ଥିଲେ ମଧ୍ୟ ଘର ଖଣ୍ଡିଏ ନଥିବାରୁ ସେ ଗତ ମାସ ୧୪ ତାରିଖ ରେ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ। ଜିଲ୍ଲାପାଳ କାମାକ୍ଷାନଗର ବିଡିଓ ଓ କାମାକ୍ଷାନଗର ଏନ୍.ଏ.ସି ଅଫିସ୍ ସହ ଯୋଗାଯୋଗ କରିବାକୁ କହିଥିଲେ।ସେ ଏ ବାବଦ ରେ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେଠାରୁ ସେ ନିରାଶ ହେବା ପରେ ଏହି ମାସ ୪ ତାରିଖ ଶନିବାର ଦିନ ପୁର୍ନବାର ଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରିଥିଲେ। ଏଥି ପାଇଁ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଙ୍କୁ ଦରଖାସ୍ତ କରିବାକୁ କହିଥିଲେ। ସେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଦେଖାକରି ଦରଖାସ୍ତ ଦେଇଥିଲେ । ନିଜ ଦରଖାସ୍ତ ରେ ଅନୁରୋଧ କରିଛନ୍ତି ଯେ ସେ ବଞ୍ଚିବା ପାଇଁ ତାଙ୍କୁ ସରକାରୀ ହେଉ କିମ୍ବା ବେସରକାରୀ ଘର ହେଉ ଯୋଗାଇ ଦିଅନ୍ତୁ। ଏବଂ ସେ ମୃତ୍ୟୁ ପରେ ତାଙ୍କର ସେ ଘରକୁ ସରକାର ମଧ୍ୟ ନେଇଯିବେ ବୋଲି କହିଛନ୍ତି। ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ତୁଳସୀ ଦଳେଇ ଙ୍କୁ ଖୁବ୍ ଶୀଘ୍ର ଜରାଶ୍ରମ ରେ ରହିବାର ବ୍ୟବସ୍ଥା କରିବା ସହ କିଛି ସରକାର ଙ୍କ ତରଫରୁ ଆନୁଷଙ୍ଗିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ ଜଣାଇଛନ୍ତି।

Leave A Reply

Your email address will not be published.