ନୟାଗଡ଼,୧ା୨: ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ବାରବାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଦେବୀଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ବୋଦାପଡ଼ା କ୍ଲଷ୍ଟର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଂଜନ ନାୟକ ଯୋଗଦାନ କରି ପ୍ରଧାନ ଶିକ୍ଷୟିତ୍ର ଶ୍ରୀମତୀ ମନୋରମା ଦେବିଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଅଲୋକପାତ କରିବା ସହିତ ତାଙ୍କୁ ପ୍ରୋଭିଜନାଲ ପେନସନର ଆଦେଶନାମା ପ୍ରଦାନ କରିଥିଲେ । ବାଲୁଗାଁ କ୍ଲଷ୍ଟର ସିଆରସିସି ସୁରେଶ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଦାବରିଶ ମିଶ୍ର, ଶିକ୍ଷକନେତା ଶେଖ ଅବଦୁଲ ଖାଲିକ,ଲକ୍ଷ୍ମୀଧର ସାହୁ ,ସୁରେଶ ସେଠୀ,ପୀତବାସ ପ୍ରଧାନ,ବଟକୃଷ୍ଣ ମିଶ୍ର,ଉମେଶ ସ୍ୱାଇଁ,ଭଗବାନ ପଣ୍ଡା,ବିପିନ ଦାସ,ରବିନ୍ଦ୍ର କୁମାର ସାହୁ,ଲଡ଼ୁକିଶୋର ପୃଷ୍ଟି,ସଫିକୁଦ୍ଦିନ ଅହମ୍ମଦ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା ଦେବୀ ଜଣେ କର୍ମଠ,ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସଂପୃକ୍ତ ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.