ନୟାଗଡ଼,୧/୩ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ପକ୍ଷରୁ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଘଡୁଆଳ ଗ୍ରାମ ରେ ” ମିଶନ୍ ଲାଇଫ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଗ୍ରାମୀଣ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା, ଓ ସଚେତନତା ପଦଯାତ୍ରା ଓ ଆଲୋଚନା ଚକ୍ର ର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସଂଯୁକ୍ତା ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟାପିକା ସୁଶ୍ରୀ ମୋନାଲିସା ଦାସ ଜୟସିଂହ, ଓ ଶରଣକୁଳ ଡ଼ିଗ୍ରୀ କଲେଜ ର ଅଧ୍ୟାପକ ଡକ୍ଟର ବ୍ୟୋମକେଶ ରଥ, ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ମିଶନ୍ ଲାଇଫ ପ୍ଲାଷ୍ଟିକ ମୁକ୍ତ ଭାରତ ସମ୍ପର୍କରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ। ମହିଳା ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ , ଆଞ୍ଚଳିକ କର୍ଯ୍ୟାଳୟ ଭୁବନେଶ୍ୱର ଦ୍ୱାରା ସ୍ଵୀକୃତି ପ୍ରାପ୍ତ , କଳାକାର ମାନଙ୍କ ଦ୍ଵାରା ମ୍ୟାଜିକ ପରିବେଷଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଭରପ୍ରାପ୍ତ ଅଧିକାରୀ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.