ବେଆଇନ ବାଲି ଟ୍ରାକ୍ଟର ଜବତ ଓ ଇଟାଭାଟି ଉପରେ ଚଢାଉ

0 2

କାମାକ୍ଷାନଗର/ରିତେଶ ବ୍ରହ୍ମା : ପରଜଙ୍ଗ ତହସିଲ ଅନ୍ତର୍ଗତ ରୋଡ ଓ କନ୍ଦରସିଂହା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଞ୍ଚଳରେ ମାଟା ଇଟାଭାଟି ଓ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ୧.୨୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ରୋଡ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ଗଇଲୋ ଗ୍ରାମର ମାଗତା ନାଏକ ମାଟି ଇଟାଭାଟି କରୁଥିବା ନେଇ ଉପଖଣ୍ଡ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ଦିନ ଉପଖଣ୍ଡ ସ୍କ୍ୱାଡ଼ ତଥା ସହକାରୀ ଜିଲ୍ଲାପାଳ ମଦନମୋହନ ଜେନା ଉକ୍ତ ଇଟାଭାଟି ଉପରେ ଚଢାଉ କରି ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଫେରିବା ବାଟରେ ଏକ ଟ୍ରାକ୍ଟର ରେ ଚୋରା ବାଲି ବଡକମର ବାଲିଘାଟରୁ ଆସିଥିବା ବେଳେ ଗାଡିକୁ ଜବତ କରି ପରଜଙ୍ଗ ତହସିଲ କାର୍ଯ୍ୟାଳୟକୁ ଅଣାଯାଇ ବାଲି ଉତ୍ତୋଳନ ସଂକ୍ରାନ୍ତିୟ କାଗଜ ପତ୍ର ଯାଞ୍ଚ ପରେ ଠିକ୍ ନଥିବା ବେଳେ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । ଆଗାମୀ ଦିନରେ ବେଆଇନ ବାଲି ଚାଲାଣ ଓ ମାଟି ଇଟାଭାଟି ଉପରେ ଚଢାଉ ଜାରି ରହିବ ବୋଲି କହିଛନ୍ତି ।

Leave A Reply

Your email address will not be published.