କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ ।ଏହି ଅଗ୍ନିକାଣ୍ଡରେ ଏକର ଏକର ଜଙ୍ଗଲ ନିଆଁରେ ଜଳିବା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି ।ଏଥିସହ ଉତ୍ତାପ ବଢ଼ିବାରେ ଲାଗିଛି ।ସରକାର ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।ଖାଲି ପ୍ରଚାର ପ୍ରସାରରେ ମାଧ୍ୟମରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା କାମ ହେଉଥିବା ଅଭିଯୋଗ ହେଉଅଛି ।ମହାବିରୋଡ଼ ରେଞ୍ଜ ଅଧୀନରେ ଆସୁଥିବା ଗୁରୁଜାଙ୍ଗୁଲି ଗ୍ରାମ୍ୟ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା ବେଳେ ବନ ବିଭାଗର ନିଘା ନାହିଁ ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନୂତନ ବନି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ପ୍ରାକୃତିକ ଜଙ୍ଗଲକୁ ଦୁର୍ବୁତ୍ତ ମାନେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ଟେର ପାଉ ନାହିଁ ।ଜଙ୍ଗଲରେ ନିଆଁ ଲାଗିବାରୁ ମୂଲ୍ୟବାନ ଗଛ ନଷ୍ଟ ହେବାରୁ ପରିବେଶ ଉପରେ ପ୍ରଭାବ ପଡୁଅଛି ।ଜଙ୍ଗଲରେ ଥିବା ବନ୍ୟ ଜନ୍ତୁ ନିଆଁରେ ପୋଡ଼ି ହେଇ ମରି ଯାଉଛନ୍ତି ।ଗ୍ରାମାଞ୍ଚଳର ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରୁଥିଲା ବେଳେ ଜଙ୍ଗଲ ନଷ୍ଟ ହେବାରୁ ଚିନ୍ତାରେ ଅଛନ୍ତି ।ଜଙ୍ଗଲ ନଷ୍ଟ ହେବାରୁ ଉତାପ ବଢିବା ଓ ପରିବେଶ ସନ୍ତୁଳନ ନଷ୍ଟ ହେବାକୁ ଏଡାଇ ହେବ ନାହିଁ ବୋଲି ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।ପ୍ରତିଦିନ ମହାବିରୋଡ଼ ରେଞ୍ଜର ଜଙ୍ଗଲ ଜଳୁଛି ବନ ବିଭାଗ ଅଧିକାରୀଙ୍କ ନିଦ୍ରା ଭଙ୍ଗ ହେଉ ନାହିଁ ସାଧାରଣରେ ଚର୍ଚ୍ଚା ହେଉଛି ।
Sign in
Sign in
Recover your password.
A password will be e-mailed to you.