ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ।

0 1

କାମାକ୍ଷାନଗର /ରିତେଶ  ବ୍ରହ୍ମା :କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥି ରୂପେ ରାଜ୍ୟପାଳ ପୁରସ୍କୃତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ ଯୋଗ ଦେଇ ସାର ସି ଭି ରମଣ ଙ୍କ ବିଜ୍ଞାନ ଜଗତ କୁ ଦାନ ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ସୁମିତ୍ରା ଜେନା ଓ ଆକାଶ ରାଉତ ଙ୍କ ପରିଚାଳନା ରେ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ କୁଇଜ କରାଯାଇ ମୁଖ୍ୟଅତିଥି ଙ୍କ ଦ୍ଵାରା ପୁରା ପୁରସ୍କୃତ କରାଯାଇଥିଲା । ବିଜ୍ଞାନ ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱଗାତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷୟିତ୍ରୀ କବିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନବମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ସାହୁ , ଜଗଦୀଶ ପ୍ରାସାଦ ଖିଲାର ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅଭିଲିପ୍ସା ସାହୁ ବିଜ୍ଞାନ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା, ଧ୍ରୁବଚରଣ ସୁନ୍ଦରାୟ , ବସନ୍ତ ସାହୁ , ଚିତ୍ତ ରଞ୍ଜନ ବିଶ୍ୱାଳ , ଶିକ୍ଷକ ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ପ୍ରହଲ୍ଲାଦ ସାହୁ , ନିର୍ମଳ ମହାନ୍ତି , ସୌଭାଗ୍ୟ ସାହୁ , ସମରେନ୍ଦ୍ର ନାୟକ , ଶିକ୍ଷୟିତ୍ରୀ ପ୍ରଭାତୀ ସାହୁ , ଗୀତା ମହାପାତ୍ର ଙ୍କ ସମେତ ଶିକ୍ଷାକର୍ମଚାରି ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୂଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.